ଗତ କିଛି ଦିନ ହେବ ଦିନକୁ ଦିନ ନକ୍ସଲଙ୍କ ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ।ଜଣେ ଓଲିଉଡ଼ ହିରୋଙ୍କୁ ନକ୍ସଲ ଅପହରଣ କରିବାକୁ ଯୋଜନା କରୁଥିବା ଖବର ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ ପାଖରେ ପହଞ୍ଚିଛି ।ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ପୁଲିସକୁ ସତର୍କ କରାଯାଇଛି ।
ଗୋଇନ୍ଦା ବିଭାଗରୁ ମିଳିଥିବା ଖବର ଅନୁସାରେ , ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ ଏକ ଓଡ଼ିଆ ଫିଲ୍ମର ସୁଟିଂ ଚାଲିଛି। ଦୁର୍ଗମ ଗାଁ ଗୁଡିକରେ ଏହି ଓଡ଼ିଆ ଫିଲ୍ମର ସୁଟିଂ ଚାଲିଥିବା ବେଳେ କଳାକାର ଓ ଅନ୍ୟମାନେ ନିକଟରେ ରହୁଛନ୍ତି। ନାମୀଦାମୀ ପ୍ରଯୋଜକ ଓ ଜଣାଶୁଣା ଓଲିଉଡ ଷ୍ଟାର ସେଠାରେ ରହୁଛନ୍ତି। ନକ୍ସଲମାନେ ଏହି ଫିଲ୍ମର ଷ୍ଟାର କଳାକାରଙ୍କୁ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଇଛି। କିନ୍ତୁ ଏ ସମ୍ପର୍କରେ ଓଡ଼ିଆ ଫିଲ୍ମ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।
ଏସବୁ ମଧ୍ୟରେ ବଲାଙ୍ଗୀର ହରିଶଙ୍କରଠାରେ ଚାଲିଥିବା ଓଡ଼ିଆ ଫିଲ୍ମ ‘ରାଣ୍ଡୀ ପୁଅ ଅନନ୍ତା’ର ସୁଟିଂ ବନ୍ଦ ହୋଇଛି। ଭୟ ଭିତରେ ଫିଲ୍ମ ସୁଟିଂ ବନ୍ଦ ହୋଇଥିବା ଜଣାପଡ଼ିଛି। ପ୍ରଶାସନର ଆର୍ଲଟ ପରେ ଫିଲ୍ମ ସୁଟିଂକୁ ବନ୍ଦ କରାଯାଇଛି। ଆଭ୍ୟନ୍ତରୀଣ ଅଞ୍ଚଳ ହୋଇଥିବାରୁ ଏଠାରେ ମାଓବାଦୀ ଭୟ ରହିଛି।