Site icon UTKAL PRATIDIN

୨ ଦିନ ବନ୍ଦ ରହିବ ଶିମିଳିପାଳ, ଜାଣନ୍ତୁ କାହିଁକି

similipal_aec5dbd919

ବାରିପଦା: ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର)ର କର୍ତ୍ତୃପକ୍ଷ ଶନିବାର ଏବଂ ରବିବାର ଜାତୀୟ ଉଦ୍ୟାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ବର୍ଷା ପାଇଁ ମୟୁରଭଞ୍ଜ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଥିବା ବେଳେ ମଧ୍ୟମରୁ ଭାରି ବର୍ଷା ହୋଇଛି। ତତସହିତ ୨ଦିନ ପାଇଁ ବର୍ଷା ସମ୍ଭାବନା ରହିଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରବିବାର ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ନିମନ୍ତେ କରାଯାଇଛି। ଶିମିଳିପାଳ ମଧ୍ୟରେ ପାହାଡିଆ ମାଟି ରାସ୍ତାରେ ଅଘଟଣକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଯଶିପୁର ପଟୁ କାଲିକାପ୍ରସାଦ ଓ ବାରିପଦା ପଟୁ ପିଠାବଟା ତନଖି ଫାଟକ ଦେଇ ଏହି ଦୁଇଦିନ ପର୍ଯ୍ୟଟକ ଗାଡି ପ୍ରବେଶ କିମ୍ବା ପ୍ରସ୍ଥାନ କରିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ବର୍ଷା ପରର ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Exit mobile version