ଓଡ଼ିଶା ଉତ୍ପାଦିତ ଡ୍ରାଗନ୍ ଫ୍ରୁଟ୍ ଦୁବାଇ ଗଲା ।ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଚାଷ ଜମିରୁ ଉତ୍ପାଦିତ ଡ୍ରାଗନ୍ ବିମାନ ଯୋଗେ ଭୁବନେଶ୍ୱରରୁ ଦୁବାଇ ପଠାଯାଇଛି । କୋଭିଡ ସମୟରୁ କୃଷି ମନ୍ତ୍ରୀ କେଭି ସଂହଦେଓ ଡ୍ରାଗନ ଫଳ ଚାଷ କରୁଥିଲେ ବୋଲି ସୂଚନା ମିଳିଛି । ଏହି ଡ୍ରାଗନ ଫଳ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ ହୋଇଛି।ଓଡ଼ିଶାରେ ଏହି ଘଟଣା ପ୍ରଥମଥର ଦେଖିବାକୁ ମିଳିଛି ।
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଜଣେ ସଫଳ ଚାଷୀର ଉଦାହରଣ ପାଲଟିବା ସହ ଅନ୍ୟ ଚାଷୀ ମାନଙ୍କୁ ପ୍ରେରଣା ଯୋଗାଇଛନ୍ତି । ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ସମସ୍ତେ ଅର୍ଗାନିକ ଚାଷ କରିବା ଦରକାର ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଆଜି ପାଖାପାଖି ୪ କୁଇଣ୍ଟାଲ ଡ୍ରାଗନ ଫଳ ରପ୍ତାନି ହୋଇଛି ବୋଲି ସୂଚନା ମିଳିଛି ।