
ଭୁବନେଶ୍ଵର: ୨୦୨୬-୨୭ରୁ ନୂଆ ସିଲାବସ୍ ଲାଗୁ ହେବ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ୨୦୨୬-୨୭ ଶିକ୍ଷାବର୍ଷରେ ନୂଆ ସିଲାବସ୍ ଲାଗୁ ହେବ । ଏନଇପି ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ଗଠନ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସିଲାବସ୍ ବଦଳିବ । ଆମ ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ନୂଆ ରୂପରେ ଆସିବ ନୂଆ ସିଲାବସ୍ । ଏନେଇ କମିଟି ତର୍ଜମା କରୁଛି, ରାଜ୍ୟ ପାଇଁ ଯାହା ଠିକ୍ ହେବ ତାହା ସିଲାବସ୍ରେ ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ମନ୍ତ୍ରୀଙ୍କ ବୟାନ ପରେ ଆସନ୍ତା ଶିକ୍ଷାବର୍ଷରେ ଗଣଶିକ୍ଷା ବିଭାଗରେ ଏନଇପି ଲାଗୁ ହେବା ନେଇ ଆଶା ରହିଛି । ଜାତିୟ ଫ୍ରେମୱାର୍କକୁ ସଂପୂଣ୍ଣ ଅନୁସରଣ ନ କରି ରାଜ୍ୟର ଆବଶ୍ୟକତାକୁ ଦେଖି ପ୍ରସ୍ତୁତ ହେବ ଫ୍ରେମୱାର୍କ । ଏଥିଲାଗି ରାଜ୍ୟ ପାଇଁ ନୂଆ ଫ୍ରେମୱାର୍କ ପ୍ରସ୍ତୁତ ହେବ । ତେବେ ରାଜ୍ୟରେ ଏନଇପି କିଭଳି କାର୍ଯ୍ୟକାରୀ ହେବ ସେ ନେଇ ଶିକ୍ଷାବିତମାନେହ ଆଶଙ୍କା ପ୍ରକାଶ କରିଥିଲେ । କାରଣ ରାଜ୍ୟରେ ଥିବା ବିଭିନ୍ନ ବିଦ୍ୟାଳୟରେ ଆବଶ୍ୟକୀୟ ଭିତିଭୂମି ନାହିଁ କି ଏପର୍ଯ୍ୟନ୍ତ ମଧ୍ୟ ସିଲାବସ ପ୍ରସ୍ତୁତ ହୋଇନାହିଁ । ଆଉ ତା ଉପରେ ପୁଣି ଶିକ୍ଷକଙ୍କ ଅଭାବ । ତେବେ ସିଲାବସ୍ ପରିବର୍ତ୍ତନ ନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ମନ୍ତ୍ରୀ ।