Site icon UTKAL PRATIDIN

ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି: ସ୍ଵାସ୍ଥ୍ୟ ସଚିବ

WhatsApp Image 2025-05-22 at 12.56.52 PM

ଭୁବନେଶ୍ଵର: ରାଜ୍ୟରେ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଦେଖାଦେଇଛି ତତ୍ପରତା । ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆଲୋଚନା । କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଚାଲିଥିବା ବେଳେ ଖୁବ୍ ଶୀଘ୍ର ଗାଇଡଲାଇନ୍ ଆସିପାରେ ବୋଲି ଆଲୋଚନା ହେଉଛି। ସେପଟେ କୋଭିଡ୍‌କୁ ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ସଚିବ ଏସ୍ ଅଶ୍ବଥୀ ।

ସ୍ବାସ୍ଥ୍ୟ ସଚିବଙ୍କ କହିବା ଅନୁସାରେ, କୋରୋନା ପାଇଁ କେନ୍ଦ୍ରରୁ ଗାଇଡ୍‌ଲାଇନ ଆସିନି । ଭୁବନେଶ୍ବରରୁ ଜଣେ ପଜିଟିଭି ଚିହ୍ନଟ ହୋଇଛନ୍ତି । ଆମେ ସ୍ଥିତି ଉପରେ ନଜର ରଖିଛୁ । ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟସଚିବ । ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଭଲ ଅଛନ୍ତି କହିଲେ ସ୍ବାସ୍ଥ୍ୟ ସଚିବ । ବ୍ୟକ୍ତି ଜଣଙ୍କ କରୋନା ସହ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି କୁହାଯାଇଛି ।

ତେବେ କୋଭିଡ ସ୍ଥିତି ଉଦବେଗ ହେବା ଆବଶ୍ୟକ ନୁହେଁ । ଏହା କହିଛନ୍ତି ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ୍। ସ୍ବାସ୍ଥ୍ୟ ବିଭାଗ ମନିଟରିଂ କରୁଛି, ଆଲର୍ଟ ଅଛି। ବ୍ୟସ୍ତ ହେବାର କିମ୍ବା ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୌଣସି ନିର୍ଦ୍ଦେଶାବଳି ଆସିନି। ନୂଆ ଗାଇଡଲାଇନ ପାଇଁ ଭାରତ ସରକାରଙ୍କ କୌଣସି ଗାଇଡ୍ ଲାଇନ୍ ଆସିନାହିଁ। ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଆସିଛି ନଜର ରଖିବାକୁ। ସ୍ଵାସ୍ଥ୍ୟ ବିଭାଗ ସଜାଗ ଅଛି। ଏବେ ଦେଶରେ କୋଭିଡ ସଂକ୍ରମିତଙ୍କଠାରେ ଯେଉଁ ଷ୍ଟ୍ରେନ ରହିଛି ତାହା ସେତେ ବିପଜ୍ଜନକ ନୁହେଁ ।  ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି।

ପ୍ରକାଶଥାଉକି,ଦୀର୍ଘ ଅଢ଼େଇ ବର୍ଷ ପରେ ଭୁବନେଶ୍ବରକୁ କୋଭିଡ ଭାଇରସ ଆସିଛି । ଭୁବନେଶ୍ବରରେ ଜଣେ କୋଭିଡ୍ ପଜିଟିଭ ହୋଇଥିବା ଜଣାପଡିଛି । ତେବେ ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । ବର୍ତ୍ତମାନ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଥିବା ଜଣାପଡିଛି ।

Exit mobile version