Site icon UTKAL PRATIDIN

ଓଡିଶାକୁ ପୁଣି ବାତ୍ୟା ଆଶଙ୍କା

IMG_20230922_110626

ଓଡ଼ିଶା ପାଇଁ ପୁଣି ବାତ୍ୟା ଭୟ ସୃଷ୍ଟି ହୋଇଛି । ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବାର ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ସହ ବାତ୍ୟା ହେବାର ଆକଳନ କରାଯାଉଛି । କାରଣ ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରେ ଏକ ବାତ୍ୟା ସୃଷ୍ଟି ହେବାର ଆଶାଙ୍କା ରହିଛି ।

ପାଣିପାଗ ଆକଳନ ଅନୁସାରେ, ସେପ୍ଟେମ୍ବର ଶେଷ ସପ୍ତାହ ଆଡକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପାଖାପାଖି ୨୮ ସେପ୍ଟେମ୍ବର ଆଡକୁ ଅବପାତର ରୂପ ନେବା ସହ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ଏନସେପ, ଜିଏଫଏସର ତଥ୍ୟ ଅନୁଯାୟୀ, ୨୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ଅବପାତ ସୃଷ୍ଟି ହେବ ଏବଂ ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ଏହା ଆହୁରୀ ଘନିଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ । ଏଥିସହ ବାତ୍ୟାଟି ଓଡ଼ିଆ ମୁହାଁ ହେବାର ସମ୍ଭାବନା ରହିଛି । କିନ୍ତୁ ଆଇଏମଡିର ସୂଚନା ମୁତବାକ, ପୂର୍ବ-କେନ୍ଦୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଅଧିକ ଘନିଭୂତ ହୋଇ ଏକ ଅବପାତ କିମ୍ବା ବାତ୍ୟାର ପରିଣତ ହେବାର ଅଳ୍ପ ସମ୍ଭାବନା ରହିଥିବା କୁହଯାଇଛି ।

ଓଡ଼ିଶା ପାଇଁ ଅକ୍ଟୋବରକୁ ବାତ୍ୟା ଋତୁ ବୋଲି କୁହାଯାଏ । ଓଡ଼ିଶାରେ ଅନେକ ଭୟଙ୍କାରୀ ବାତ୍ୟା ଏହି ଅକ୍ଟୋବର ମାସରେ ହୋଇଛି l ୧୯୯୯ ମହାବାତ୍ୟା ଓଡ଼ିଶାରେ ପ୍ରଳୟ ସୃଷ୍ଟି କରିଥିଲା l ହଜାର ହଜାର ଲୋକ ଏଥିରେ ମୃତ୍ୟୁ ବରଣ କରିଥିଲେ l ୨୦୧୩ ଅକ୍ଟୋବର ମାସରେ ହୋଇଥିବା ଫାଇଲିନ ମଧ୍ୟ ଅନେକ କ୍ଷତି କରିଥିଲା l ଏହାସହ ଆହୁରି ଅନେକ ଛୋଟବଡ ବାତ୍ୟା ଯେପରିକି ହୁଡୁହୁଡୁ, ତିତିଲି ଆଦି ଏହି ଅକ୍ଟୋବାର ମାସରେ ହୋଇଛି । ତେଣୁ ପୁଣି ୨୦୨୩ ଅକ୍ଟୋବରେ ଆଉ ଏକ ବାତ୍ୟା ଆସିପାରେ ବୋଲି ଆଶଙ୍କା କରାଯାଉଛି ।

Exit mobile version