
ଭୁବନେଶ୍ୱର: ପୁରୁଣା ଫାଇଲ ଖୋଲିବ | ସତ ବାହାରିବ | ଯେତେ ପାପକୁ ବିଜେଡି ସରକାର ଲୁଚାଇଥିଲା ତାହାକୁ ଖୋଳି ବାହାର କରିବ ବିଜେପି | ଖୋଲିବ ନବ ଦାସ ହତ୍ୟା ମାମଲା | ତା ସହ ଖୋଲିବ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା | ଏମିତି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ |
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରାଯିବ | ନବ ଦାସ ଖାଲି ଜଣେ ବଜେଡ଼ି ନେତା ଣ ଥିଲେ | ଥିଲେ ଜଣେ ମନ୍ତ୍ରୀ | ଜଣେ ମନ୍ତ୍ରୀଙ୍କୁ ଏପରି ଦିନ ଦ୍ବିପହରେ ହତ୍ୟା କରାଯିବ କିଛି ଛୋଟ କଥା ନୁହେଁ | ଏହି ମାମଲାରେ କେବଳ ହତ୍ୟାକାରୀ ପିଏସଓ ଗୋପାଳ ଦାସଙ୍କୁ ଗିରଫ କରି ବିଜେଡି ସରକାର ଦାଇତ୍ୱ ସାରି ଦେଇଛି | ହେଲେ ଏହି ହତ୍ୟାର ରହସ୍ୟ ଏଯାଏ ଖୋଲିନି |
ସୂଚନା ଥାଉ କି ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ ତାରିଖରେ ପିଏସଓ ଗୋପାଳ ଦାସ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ |
ସେହିପରି ୨୦୦୮ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା, ୨୦୨୨ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ମଧ୍ୟ ପୁଣିଥରେ ଖୋଲାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ |