Site icon UTKAL PRATIDIN

ଶିକ୍ଷକଙ୍କ ପାଇଁ ଖୁସି ଖବର; ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

lngkAKhFQjWnYsBQu8Ah

ଭୁବନେଶ୍ଵର: କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର। ବଢ଼ିଲା କନିଷ୍ଠ ଶିକ୍ଷକ (ସ୍କେମାଟିକ୍ )ଙ୍କର ଦରମା। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ୍‌ର ଶିକ୍ଷକଙ୍କୁ ମିଳିବ ବର୍ଦ୍ଧିତ ଦରମା । ମାସିକ ୧୧ ହଜାର ଟଙ୍କା ବଦଳରେ ବର୍ଦ୍ଧିତ ୧୬ ହଜାର ପାଇବେ । ସମଗ୍ର ଶିକ୍ଷା ସ୍କିମ୍‌ ଅନୁସାରେ ବର୍ଦ୍ଧିତ ଦରମା ପାଇବେ ।

ଦରମା ବୃଦ୍ଧି ପାଇଁ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଅନେକ ଦାବି କରି ଆସୁଥିଲେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ । ଦରମା ବୃଦ୍ଧି ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ସରକାର ସେମାନଙ୍କ ଦାବି ଶୁଣିଛନ୍ତି।  ସେମାନଙ୍କ ଦରମାକୁ ବୃଦ୍ଧି କରିଛନ୍ତି। ଦରମା ବୃଦ୍ଧି ପରେ ଖୁସି ବ୍ୟକ୍ତ କରିଛନ୍ତି କନିଷ୍ଠ ଶିକ୍ଷକ।  ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଛନ୍ତି କନିଷ୍ଠ ଶିକ୍ଷକ। ଦରମା ବୃଦ୍ଧି ହେବା ଯୋଗୁ  ରାଜ୍ୟରେ ୧୧ହଜାରୁ ଅଧିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକ ଉପକୃତ ହେବେ।    

Exit mobile version