Site icon UTKAL PRATIDIN

ଅଭିନେତା ଅନୁଭବଙ୍କୁ ମିଳିଲା ଆଶ୍ଵସ୍ତି, ବର୍ଷାଙ୍କୁ ଦେବେନି କ୍ଷତିପୂରଣ

Capture

କଟକ: ବର୍ଷା-ଅନୁଭବଙ୍କ ବିବାଦ ମାମଲା। ବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ। କଟକ ଏମଏଫସି କୋର୍ଟଙ୍କ ରାୟ, ବର୍ଷାଙ୍କୁ ଭରଣପୋଷଣ ଅର୍ଥ ଦେବେନି ଅନୁଭବ। ପାରିବାରିକ ହିଂସା ନେଇ ମାମଲା କରିଥିଲେ ବର୍ଷା। ପାରିବାରିକ ହିଂସାର କୌଣସି ପ୍ରମାଣ ପାଇଲେନି କୋର୍ଟ। କୋର୍ଟଙ୍କ ଏହି ରାୟ ପରେ ଏବେ ଅନୁଭବଙ୍କ ସହ ତାଙ୍କ ପୁରା ପରିବାରକୁ ଆଶ୍ୱସ୍ତି ମିଳିଛି। 

ସୂଚନାଯୋଗ୍ୟ, ଓଲିଉଡ୍ର ଚର୍ଚ୍ଚିତ ଯୋଡି଼ ଥିଲେ ବର୍ଷା ଅନୁଭବ। ଅବଶ୍ୟ ଦୁହିଁଙ୍କର ଏବେ ଛାଡପତ୍ର ହୋଇସାରିଛି। ବର୍ଷା ନିଜ ଜୀବନରେ ଆଗକୁ ବଢିଥିବା ବେଳେ ଅନୁଭବ ମଧ୍ୟ ଲେଖିକା ତଥା ସାମ୍ବାଦିକା ଜାଗ୍ରୃତି ଦ୍ବିତୀୟଙ୍କୁ ବିବାହ କରିଛନ୍ତି। ଗତ କିଛି ବର୍ଷ ହେବ ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ବେଶ୍ ଚର୍ଚ୍ଚାରେ ଥିଲା। ୨୦୨୨ ମସିହାରେ ବର୍ଷା ଅଭିନେତା ଅନୁଭବ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଶାଶୁଘରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ବର୍ଷା ନିଜ ଅଭିଯୋଗରେ ଦର୍ଶାଇଥିଲେ । 

ଏନେଇ ଏକ ମାମଲା କଟକ ଜେଏମଏଫସି କୋର୍ଟରେ ରୁଜୁ କରାଯାଇଥିଲା। ଏଥିରେ ବର୍ଷା ନିଜର ସୁରକ୍ଷା ଓ ଭରଣପୋଷଣ ଦାବି କରିଥିଲେ। ହେଲେ ଏହି ମାମଲାର ଶୁଣାଣୀ ପୂର୍ବରୁ କୋର୍ଟ ପାରିବାରିକ ହିଂସାର କୌଣସି ପ୍ରମାଣ ପତ୍ର ପାଇ ନଥିଲେ। ଫଳରେ ବର୍ଷାଙ୍କୁ ଭରଣ ପୋଷଣ ପାଇଁ ଅନୁଭବ କୌଣସି ଟଙ୍କା ଦେବେ ନାହିଁ ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି। କୋର୍ଟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ରାୟ ରେ ଅନୁଭବଙ୍କ ସହ ତାଙ୍କ ପୂରା ପରିବାରକୁ ଆଶ୍ବସ୍ତି ମିଳିଛି। 

Exit mobile version