ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ଭାଙ୍ଗିଯିବ ।ଅସୁରକ୍ଷିତ ଥିବା ଦୃଷ୍ଟିରୁ ଏହି ଭବନକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ମିଳିଥିବା ସୂଚନା ଅନୁସାରେ ସେହି ଅନୁସାରେ ପୂର୍ତ୍ତ ବିଭାଗ ଓଡ଼ିଶା ଭବନ, ଓଡ଼ିଶା ନିବାସ ଓ ଓଡ଼ିଶା ସଦନର ଅଡିଟ୍ କରାଇଥିଲେ । ସେଥିମଧ୍ୟରୁ ଓଡ଼ିଶା ଭବନ ବିପଜ୍ଜନକ ଅବସ୍ଥାରେ ବୋଲି ୨୦୨୨ ଏପ୍ରିଲ ୧୯ ତାରିଖରେ ସୂଚନା ଦେଇଥିଲେ ।ଏହା ମରାମତି ହେବା ଅବସ୍ଥାରେ ନାହିଁ ।
ପୂର୍ତ୍ତ ବିଭାଗ ଏହାକୁ ବିପଜ୍ଜନକ ବୋଲି ଘୋଷଣା କରିବାକୁ ଗୃହ ବିଭାଗକୁ ଅନୁରୋଧ କରିଥିଲା ଯାହାକୁ ଅଧାର କରି ରାଜ୍ୟ ଗୃହ ବିଭାଗ ପକ୍ଷରୁ ନୂଆଦିଲ୍ଲୀରେ ଥିବା ଓଡ଼ିଶା ଭବନ ଆଉ ରହିବା ଅବସ୍ଥାରେ ନାହିଁ, ବିପଦସଙ୍କୁଳ ସ୍ଥିତିରେ ଅଛି ବୋଲି ଘୋଷଣା କରାଯାଇଛି ।ଏହା ରିପୋର୍ଟକୁ ବିଚାର କରିବା ପରେ ଓଡ଼ିଶା ଭବନକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।