Site icon UTKAL PRATIDIN

ପ୍ରକାଶ ପାଇଲା ମାଟ୍ରିକ୍ ଫଳାଫଳ, ଚଳିତବର୍ଷ ୯୪.୯୩ % ଛାତ୍ରଛାତ୍ରୀ ପାସ୍

live 1

ଭୁବନେଶ୍ଵର: ପ୍ରକାଶ ପାଇଲା ମାଟ୍ରିକ୍ ଫଳାଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି। ଆନୁଷ୍ଠାନିକ ଭାବେ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ଘୋଷଣା କରିଛନ୍ତି।  ଛାତ୍ରଛାତ୍ରୀମାନେ  bseodisha.ac.in  ୱେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ।  SMS ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ। ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ମେସେଜ୍ କରନ୍ତୁ ।  ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍‌ ଓ୍ବେବ୍‌ସାଇଟରୁ ନିଜ ନିଜର ପରୀକ୍ଷା ଫଳ ଦେଖିପାରିବେ।  ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓ୍ବେସାଇଟ୍ ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ।

ଚଳିତ ବର୍ଷ ୯୪.୯୩ % ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ମୋଟ ୪,୮୪,୮୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରାଜ୍ୟରେ ମୋଟ୍‌ ୨, ୪୦, ୯୫୧ଜଣ ଛାତ୍ର ମାଟ୍ରିକ୍‌ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ।  ଯାହାକି ସେମାନଙ୍କ ପାସ୍‌ ହାର ୯୪ ପ୍ରତିଶତ ରହିଛି । ସେହିପରି ୨, ୪୪, ୬୧୨ ଜଣ ଛାତ୍ରୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଆଉ ଛାତ୍ରୀ ମାନଙ୍କ ପାସ୍‌ ହାର ୯୯ ପ୍ରତିଶତ ରହିଛି ବୋଲି ସୂଚନା ଦିଆଯାଇଛି ।

ଏ-୧ ଗ୍ରେଡରେ ମୋଟ ୧୮୧୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିଭଳି ଏ-୨ ଗ୍ରେଡରେ ମୋଟ ୧୨, ୨୦୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ବି-୧ ରେ ୩୮,୮୩୧ ଜଣ ପିଲା ପାସ୍‌ କରିଥିବା ବେଳେ ବି-୨ରେ ୮୪,୯୭୧ ଜଣ ପାସ୍ କରିଛନ୍ତି । ସେହିପରି ସି ଗ୍ରେଡରେ ୧,୩୩,୮୨୨ ଜଣ ପିଲା ପାସ୍‌ କରିଛନ୍ତି । ଡି ଗ୍ରେଡରେ ୧,୪୦,୧୫୪ ଏବଂ ଇ ଗ୍ରେଡରେ ୬୭,୦୧୩ ପିଲା ରହିଛନ୍ତି । କୌଣସି ବିଦ୍ୟାଳୟରେ ୦ ରେଜଲ୍ଟ ହୋଇନାହିଁ । ଗଜପତି ଜିଲ୍ଲାରେ ସର୍ବାଧିକ ପାସହାର ୯୯.୩୫ ପ୍ରତିଶତ ରହିଛି  । ୧୭,୩୮୪ ଜଣ ଚଳିତବର୍ଷ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇନାହାଁନ୍ତି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୯ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହୋଇଥିଲା। ୩୦ ଜିଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ଟି ନୋଡାଲ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଥିଲା। ସବୁ ସେଣ୍ଟରରେ ସିସିଟିଭି ଲାଗିଥିବା ବେଳେ ୬୦୦ ସେଣ୍ଟରରେ ଲାଇଟ୍‌ ବ୍ୟବସ୍ଥା କରାଯାଇଥିଲା। ମୋଟ ୫ ଲକ୍ଷ ୨ ହଜାର ୪୧୭ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Exit mobile version