Site icon UTKAL PRATIDIN

ରାଜରାସ୍ତାକୁ ଓଲ୍ହାଇଲେ ନର୍ସିଙ୍ଗ ଅଫିସର, ବାଧାପ୍ରାପ୍ତ ହେବ ରୋଗୀସେବା

images (21)

ଦୁଇଦିନ ଧାରଣା ପରେ ନର୍ସିଙ୍ଗ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ କରି ରାଜରାସ୍ତାକୁ ଓଲ୍ହେଇଛନ୍ତି ।ଯାହା ଦ୍ୱାରା ରୋଗୀ ସେବା ବାଧା ପ୍ରାପ୍ତ ହୋଇଛି ।ୱାର୍ଡରେ ପଡ଼ି ରୋଗୀ ଛଟପଟ ହେଉଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ୱାର୍ଡରୁ ଡାକ୍ତର ପାଖକୁ ଦୌଡ଼ିବାର ଦେଖିବାକୁ ମିଳୁଛି ।

ହେଲେ ଯନ୍ତ୍ରଣା ଶୁଣିବାକୁ କେହି ନାହାନ୍ତି । ସରକାର ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଦ୍ୱାରା ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ନର୍ସିଂ ଆନ୍ଦୋଳନ ପ୍ରଭାବରେ ଗତକାଲି ପରି ଆଜି ଅର୍ଥାତ୍ ଗୁରୁବାର ମଧ୍ୟ କଟକ ଏସ୍ସିବି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍, ଶିଶୁଭବନରେ ଜଟିଳ ସ୍ଥିତି ଉପୁଜିଥିଲା । ଲେବର ରୁମ୍ରେ ହାତଗଣତି ନର୍ସିଂ କର୍ମଚାରୀ ଥିବାରୁ ପ୍ରସୂତିମାନେ ସମସ୍ୟାରେ ପଡ଼ିଥିଲେ ।

Exit mobile version