Site icon UTKAL PRATIDIN

ବିଜେଡି ସରକାରଙ୍କ ‘ନୂଆ ଓ’ ଯୋଜନାରେ ଲାଗିଲା ବ୍ରେକ

nom-620x330

ବିଜେଡି ସରକାରଙ୍କ ନୂଆ ଓ ଯୋଜନାରେ ଲାଗିଲା ବ୍ରେକ । ସରକାରଙ୍କ ନୂଆ ଓ ଯୋଜନାକୁ ବନ୍ଦ କଲେ ମୋହନ ସରକାର ।ଏ ବାବଦରେ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଫାଇନାନ୍ସ ଆସିଷ୍ଟାଣ୍ଟସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଣ୍ଟେସ୍ ନାଁରେ ଆସିବ ନୂଆ ଯୋଜନା। ଚଳିତ ବର୍ଷରୁ ଏହି ନୂଆ ଯୋଜନା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର ।ଅଭାବରେ ପଡି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାଙ୍କ ଭବିଷ୍ୟତ ଗଠନରେ ଏହି ଯୋଜନା ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର ।ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଛି ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

ନୂଆ ଓ ଛାତ୍ର ବୃତି ମାଧ୍ୟମରେ ୪.୫ ଲକ୍ଷ ୟୁଜି ଓ ୩୨ ହଜାର ପିଜି ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। ଏଥିପାଇଁ ୩୮୫ କୋଟି ଟଙ୍କା କାମଚଳା ବଜେଟରେ ବ୍ୟୟ ଅଟକଳ କରାଯାଇଥିଲା।ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ସରକାରୀ ବିଶ୍ୱବିଦ୍ୟାଳୟ,ସରକାରୀ କଲେଜ,ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ କଲେଜର ସମସ୍ତସଯୋଗ୍ୟ ପିଜି ଓ ୟୁଜି ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ମିଳିଥିଲା। ସାଧାରଣ ଓ ଓବିସି ବର୍ଗର ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମିଳିଥିବା ବେଳେ। ଏହି ଯୋଜନାରେ ଏସସି/ଏସଟି ଓ ନିର୍ମାଣ ଶ୍ରମିକ ଛାତ୍ରଙ୍କୁ ୧୦ ହଜାର ଓ ଛାତ୍ରୀଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ମିଳିଥିଲା। ଏପରିକି ସବୁ କଲେଜରେ ନୂଆ-ଓ ଉତ୍ସବ ପାଳନ କରାଯାଇଥିଲା।

ତେବେ ଏହି ଯୋଜାନର ୭ ମାସ ପୂରଣ ହୋଇଥିବା ବେଳେ ବର୍ତ୍ତମାନର ମୋହନ ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଅନ୍ୟପଟେ ମନ୍ତ୍ରୀ ସୂଚନା ଦେଇଛନ୍ତି,ଆଗାମୀ ଦିନରେ ଆମ ସରକାର ଫାଇନାନ୍ସ ଆସିଷ୍ଟାଣ୍ଟସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଣ୍ଟେସ୍ ନାଁରେ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି।ଯେଉଁ ଯୋଗାଣରେ ସମସ୍ତ ଛାତ୍ର ଛାତ୍ରୀ ଉପକୃତ ହେବେ ।

Exit mobile version