ରାଜ୍ୟସରକାର ଧାନର ଏମଏସପି ବୃଦ୍ଧି କରିଛନ୍ତି ।ବରଗଡ଼ ସୋହେଲାରୁ ଆରମ୍ଭ ହେବ ଧାନ କିଣା ।ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଏମଏସପିଠାରୁ ୮୦୦ ଟଙ୍କା ଅଧିକ ଦେଇ ଧାନ କିଣିବେ ସରକାର ।ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ ବୋଲି ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସୋହେଲାରେ ପୂର୍ବ ସରକାର ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ବୋନସ ଦେବାକୁ ଘୋଷଣା କରିଥିଲେ। ମାତ୍ର ତାହା କାର୍ଯ୍ୟକାରୀ କରିନଥିଲେ। ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ଚାଷୀଙ୍କଠାରୁ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ ସଂଗ୍ରହ କରିବ।ପୂର୍ବ ସରକାର ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ବୋନସ୍ ଦେବାକୁ ଘୋଷଣା କରିଥିଲେ, କିନ୍ତୁ ଦେଇନଥିଲେ। ସମୀର ଦାସ ପ୍ରେସମିଟ୍ ବେଳେ ପୂର୍ବତନ ସରକାରଙ୍କୁ କଟାକ୍ଷ କରିଥିଲେ।

