ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇ ସାରିଛି। ଏବେ ଆଉ ଦୁଇଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଯାହାର ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଆଉ ଏବେ ରାଜ୍ୟ ରାଜନୀତିକୁ ସରଗରମ କରୁଛି ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ । ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାରେ ନିର୍ବାଚନ ହେବାକୁ ଥିବାବେଳେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଚଳିତଥର ଦୁଇଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ନଭେମ୍ବର ୧୩ ତାରିଖରେ ଓ ୨୦ ତାରିଖରେ ଝାଡ଼ଖଣ୍ଡରେ ହେବ ବିଧାନସଭା ନିର୍ବାଚନ। ସେହିପରି ନଭେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଝାଡ଼ଖଣ୍ଡ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ଅକ୍ଟୋବର ୨୫ ତାରିଖ ରଖାଯାଇଥିବାବେଳେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ।