Site icon UTKAL PRATIDIN

ନନ୍‌ ଗଣଦୁଷ୍କର୍ମ ମାମଲା: କୋର୍ଟରେ ହେଲାନି ସାକ୍ଷ୍ୟ ଗ୍ରହଣ

Sexual-Assault_1200x768

କନ୍ଧମାଳ: ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲାରେ ଆଜି କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହେଲେ ନନ୍। କୋର୍ଟରେ ହେଲାନି ସାକ୍ଷ୍ୟ ଗ୍ରହଣ। ନନ୍‌ଙ୍କ ପକ୍ଷରୁ ସରକାରଙ୍କ ତରଫରୁ କୌଣସି ଓକିଲ ନିଯୁକ୍ତ ହୋଇନଥିବାରୁ ଏହି ମାମଲାଟି ପରିଚାଳନା ହୋଇପାରିଲା ନାହିଁ।

ପୂର୍ବରୁ ଏହି ମାମଲାରେ ୩ ଜଣଙ୍କୁ ସଜା ହୋଇଥିବା ବେଳେ ପ୍ରମାଣ ଅଭାବରୁ ୬ ଜଣ ଖଲାସ ହୋଇଥିଲେ। ପରବର୍ତ୍ତୀ ଶୁଣାଣିରେ ବାକି ୧୮ ଜଣଙ୍କ ନାଁରେ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ତେବେ ଉକ୍ତ ଘଟଣାରେ ବାଲିଗୁଡା ଥାନା ମାମଲାରେ ଆଜି କୋର୍ଟରେ ନନ୍‌ଙ୍କର ସାକ୍ଷ୍ୟ ଗ୍ରହଣ ହେବାର ଥିଲା। ସରକାର ପରବର୍ତ୍ତୀ ସମୟରେ ସ୍ପେସିଆଲ ପ୍ରସିକ୍ୟୁଟର ନିଯୁକ୍ତ କଲେ ମାମଲାର ଶୁଣାଣି ହେବ ବୋଲି ସୂଚନା ରହିଛି।

ସୂଚନା ଥାଉକି, ୨୦୦୮ ଅଗଷ୍ଟ ୨୪ ତାରିଖରେ କନ୍ଧମାଳରେ ନନ୍‌ଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ଆଜି ଫେରାର ଥିବା ଅଭିଯୁକ୍ତଙ୍କୁ ନେଇ ରୁଜୁ ହୋଇଥିବା ମାମଲାରେ ସାକ୍ଷ୍ୟ ଗ୍ରହଣ କରିବାର ଥିଲା। କିନ୍ତୁ ନନ୍‌ଙ୍କ ପକ୍ଷରୁ ସରକାରଙ୍କ ତରଫରୁ କୌଣସି ଓକିଲ ନଥିବାରୁ ଏହି ମାମଲାଟି ପରିଚାଳନା ହେଲା ନାହିଁ।

Exit mobile version