Site icon UTKAL PRATIDIN

ଧାର୍ଯ୍ୟ ହେଲାନି ଦର, ବାହାରେ ଚଢ଼ା ଦରରେ ଅବଢ଼ା ବିକ୍ରି

3

ପୁରୀ : ଆନନ୍ଦ ବାଜରକୁ ଯାଇପାରୁ ନ ଥିବା ବ୍ୟକ୍ତି ବାହାରେ ୩/୪ ଗୁଣା ଅଧିକ ଦରରେ ମହାପ୍ରସାଦ କିଣୁଛନ୍ତି। କିଛି ବ୍ୟକ୍ତି ରୀତିମତ ଭାବେ ଅବଢ଼଼ା ନେଇ ଭକ୍ତଙ୍କୁ ଠକୁଛନ୍ତି। ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ପ୍ରବେଶ ଅନୁମତି ନ ଥିବାରୁ ଶ୍ରଦ୍ଧାଳୁ ଏଭଳି ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ଏହାଦ୍ୱାରା ସମସ୍ତ ସେବାୟତଙ୍କୁ ବଦନାମ ହେବାକୁ ପଡୁଛି। ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକରେ ଏମିତି କିଛି ଅଭିଯୋଗ ଆଣି ଉଦ୍ବେଗ ପ୍ରକାଶ କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କାହା ସ୍ୱାର୍ଥରେ ଅବଢ଼଼ା ଦର ଧାର୍ଯ୍ୟ ହେଉନି? ୫ ବର୍ଷ ପୂର୍ବରୁ ମହାପ୍ରସାଦ ଦର ତାଲିକା ଆନନ୍ଦ ବଜାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଲଗାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏ ଯାଏ ଦର ନିର୍ଦ୍ଧାରଣ ହୋଇପାରି ନାହିଁ। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ କାହିଁକି ଏବଂ କେଉଁଥି ପାଇଁ ଦର ଧାର୍ଯ୍ୟ ହୋଇପାରୁନି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ସେବାୟତଙ୍କ ଆଗରେ ମନ୍ଦିର ପ୍ରଶାସନ ଅସହାୟ ହୋଇପଡ଼ିଛି କି ବୋଲି ଅନେକ ଶ୍ରଦ୍ଧାଳୁ ପ୍ରଶ୍ନ ଉଠାଇଛନ୍ତି।

ଶୃଙ୍ଖଳିତ ହେବ ଆନନ୍ଦ ବଜାର। କୌଣସି ଭକ୍ତ ଶୋଷଣର ଶିକାର ହେବେ ନାହିଁ। ମହାପ୍ରସାଦ କିଣିବା ବେଳେ ଦରକୁ ନେଇ କାହା ମନରେ ଯେପରି କୌଣସି ପ୍ରକାର ଭାବନା ନ ଆସିବ ତାକୁ ଗୁରୁତ୍ୱ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ତେଣୁ ମହାପ୍ରସାଦ ଦର ନିର୍ଦ୍ଧାରଣ କରାଯାଇ ଆନନ୍ଦ ବଜାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ତାଲିକା (କୁଡ଼ୁଆ ଚିତ୍ର ସହ କାହାର ମୂଲ୍ୟ କେତେ) ଲଗାଯିବା ପାଇଁ ନିଆଯାଇଥିଲା ନିଷ୍ପତ୍ତି। ୨୦୧୮ ମସିହାରେ ସୁଆର ମହାସୁଆର ନିଯୋଗ ସହ ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ବୈଠକ କରି ଏହି ନିଷ୍ପତ୍ତି ନେଇଥିଲେ। ଏଭଳି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଥିଲେ। ଏହାକୁ ନେଇ ପ୍ରକ୍ରିୟା ବି ଜୋର୍ଦାର ଆରମ୍ଭ ହେଲା। ସେହିବର୍ଷ ଅକ୍ଟୋବର ୧୬ରେ ପୁନଶ୍ଚ ବୈଠକ ବସି ଏଥିପାଇଁ ଥରେ ଅବଢ଼଼ା ରୋଷେଇ କରାଯିବ।

Exit mobile version