Site icon UTKAL PRATIDIN

ଥମିବାର ନାଁ ଧରୁନି ଝାରସୁଗୁଡା ବିବାଦ

WhatsApp-Image-2024-08-05-at-12.15.00-PM-750x430


ବଦଳି ସାରିଛି ରାଜ୍ୟ ରାଜନୀତିର ଚିତ୍ର ।ବିଜେପି ସରକାର ନେଇସାରିଛି ରାଜ୍ୟ ଶାସନ ଭାର।ଦୀର୍ଘ ୨୪ ବର୍ଷ ଶାସନକୁ ସମାପ୍ତ କରି ବିଜେଡିକୁ କରିସାରିଛି ପରାଜିତ ।ଦୀର୍ଘ ୨୪ବର୍ଷ ହେବ ଶାସନ କରୁଥିବା ବିଜେଡି ଦଳ ଏବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛନ୍ତି ।ଏବେ ବି ବିଜୁ ଜନତା ଦଳର ପରାଜୟ ସ୍ୱୀକାର କରିପାରୁନାହାନ୍ତି ଅନେକ ନେତା ଓ କର୍ମୀ।

ଏସବୁ ଭିତରେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି ଝାରସୁଗୁଡା ଆସନ ।ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି ।ଇଭିଏମ୍ ଟ୍ୟାମ୍ପରିଙ୍ଗ ନେଇ ଅଭିଯୋଗ ଆଣିବା ସହ ପୁଣି ଭୋଟ କାଉଣ୍ଟିଙ୍ଗ କରିବାକୁ ଇଲେକ୍ସନ୍ କମିଶନଙ୍କୁ ନିବେଦନ କରିଥିଲେ ଦୀପାଳି।ବିଧାନସଭା ନିର୍ବାଚନକୁ ନେଇ ପିଟିସନ ଦାଖଲ କରିଥିଲେ।ନାମାଙ୍କନରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିବା ପିଟିସନ୍‌ରେ ଦର୍ଶାଇଥିବା ଅଭିଯୋଗ ରହିଛି।ଏସମ୍ପର୍କରେ ଦୀପାଳି ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ

Exit mobile version