ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ ଅପରିବର୍ତ୍ତିତ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରକାଶ ପାଇଛି।ରେପୋ ରେଟ ବା ସୁଧ ହାରକୁ ୬.୫ ଅପରିବର୍ତ୍ତିତ ରଖିବାକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିଷ୍ପତି ନେଇଛନ୍ତି ।ଇଏମଆଇ କମିବା ବଢିବାକୁ ନେଇ ଆଉ ଚିନ୍ତା ରହିବ ନାହିଁ । କୌଣସି ପରିବର୍ତ୍ତନ ନହେବା ଫଳରେ ଋଣଗ୍ରହୀତାଙ୍କୁ ଅଶ୍ଵସ୍ତି ମିଳିଛି ।୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବ ବୋଲି ଆକଳନ କରିଛି ଆର୍ବିଆଇ।ଅର୍ଥାତ କେନ୍ଦ୍ରୀୟ ବ୍ୟାଙ୍କ ଜିଡିପି ଅଭିବୃଦ୍ଧି ଆକଳନକୁ ପରିବର୍ତ୍ତନ କରିନାହିଁ।ଆରବିଆଇ
ଦ୍ୱାରା ଦେଶର ଦରଦାମ ଧାର୍ଯ୍ୟ ହୋଇଥାଏ , ଏହା ଏବେ ୨-୬% ମଧ୍ୟରେ ରହିଛି।ଜୁନମାସରେ ଖୁଚୁରା ମହଙ୍ଗା ହାର ଚାରି ମାସରେ ସର୍ବାଧିକ ଉଚ୍ଚସ୍ତର ୫.୦୮ ପ୍ରତିଶତରେ ରହିଥିଲା । ତେଣୁ ଯେ ପର୍ଯ୍ୟନ୍ତ ମହଙ୍ଗା ହାର ତାଳକୁ ଖସି ନାହିଁ ସେ ପର୍ଯ୍ୟନ୍ତ ରେପୋ ରେଟ୍ ଖସିବାର କୌଣସି ସମ୍ଭାବନା ନାହିଁ।ସୂଚନାଅନୁସାରେ, ଆରବିଆଇ ଫେବୃଆରୀ ୨୦୨୩ରେ ଶେଷଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ କରି ୬.୫ ପ୍ରତିଶତ କରିଥିଲା
ଅପରିବର୍ତ୍ତିତ ରହିଲା ରେପୋ ରେଟ

