ବଡ ଖୁଲାସା କରିଛନ୍ତି କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ତାହା ଜାତୀୟ ପରିବହନ ମନ୍ତ୍ରୀ ।ଶନିବାର ନାଗପୁରରେ ସାମ୍ବାଦିକମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମରେ ନୀତିନ ଗଡ଼କରୀ କହିଥିଲେ, ‘ମୋତେ ଏକ ଘଟଣା ମନେ ଅଛି…ମୁଁ କାହାର ନାଁ ନେବାକୁ ଚାହୁଁନି । ସେହି ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଆପଣ ପ୍ରଧାନମନ୍ତ୍ରୀ ହେଲେ ଆମେ ସମର୍ଥନ କରିବୁ।ଏହାର ଉତ୍ତରରେ ନିତିନ ଗଡ଼କରୀ କହିଥିଲେ ଆପଣ କାହିଁକି ମୋର ସମର୍ଥନ କରିବେ ।
ମୁଁ କାହିଁକି ଆପଣଙ୍କର କାହିଁକି ସମର୍ଥନ ନେବି ?।ନିତିନ ଗଡ଼କରୀ ସିଧା ସଳଖ ମନାକରିଦେଇଥିଲେ କହିଥିଲେ ପ୍ରଧାନମନ୍ତ୍ରୀ ହେବ ମୋ ଜୀବନର ଲକ୍ଷ ନୁହେଁ କି ମୁ ଏଭଳି ଆଶା ମଧ୍ୟ ରଖି ନାହିଁ । ମୁଁ ସେହି ଦଳରେ ଅଛି ଯିଏ ମୋତେ ସବୁକିଛି ଦେଇଛି ଯାହା ମୁଁ କେବେ କଳ୍ପନା ବି କରିନଥିଲି ।
କୌଣସି ପ୍ରସ୍ତାବ ମୋତେ ଆକର୍ଷିତ କରିପାରିବ ନାହିଁ । ସାମ୍ବାଦିକମାନେ ନିଜ ବୃତ୍ତିଗତ ଜୀବନରେ ସେହି ସ୍ତରର ବିଶ୍ୱାସ ଅପଣାଇବା ପାଇଁ ପ୍ରୋତ୍ସାହିତ କରିଛନ୍ତି । ଆଗାମୀ ପିଢ଼ି ସାମ୍ବାଦିକମାନେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ପ୍ରତିବଦ୍ଧ ରହିବା ଉଚିତ ବୋଲି ଗୁରୁତ୍ୱାରୋପ କରିଛନ୍ତି।