UTKAL PRATIDIN

ଭାରତ ପାଇଁ ଗୌରବ ଆଣିଲେ ନିରୋଜ ଚୋପ୍ରା, ହାତେଇଲେ ରୋପ୍ୟ ପଦକ

ପ୍ୟାରିସ ଅଲମ୍ପିକସରେ ନୀରଜ ଚୋପ୍ରା ରୋପ୍ୟ ପଦକ ଜିତି ଭାରତ ପାଇଁ ହୋଉରବ ଆଣିବା ସହ ଇତିହାସ ରଚିଛନ୍ତି ।ଟୋକିଓ ଅଲମ୍ପିକ୍ସ ରେ ସ୍ଵର୍ଣ ପଦକ ଜିତିଥିଲେ ବେଳେ ପ୍ୟାରିସ ଅଲମ୍ପିକସରେ ରୋପ୍ୟ ପଦକ ଜିତିଛନ୍ତି ।ଭାରତ -ପାକିସ୍ତାନ ଭଳି ଲଢେଇ ଅଲିମ୍ପିକ୍ସ ଜାଭଲିନ୍ ଫାଇନାଲରେ ଦେଖିବାକୁ ମିଳିଥିଲା ।ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ଏବେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି।ମାତ୍ର ରୋପ୍ୟ ପଦକ ଜିତି ସେ ଖୁସି ନଥିବା କହିଛନ୍ତି । ଜିତିବା ପରେ ନୀରଜ ଚୋପ୍ରା କହିଛନ୍ତି, ଯଦିଓ ଆମ ଜାତୀୟ ସଂଗୀତ ଆଜି ବାଜି ପାରି ନାହିଁ, ଭବିଷ୍ୟତରେ ଏହା ନିଶ୍ଚିତ ଭାବରେ ଅନ୍ୟ ଏକ ସ୍ଥାନରେ ବଜାଯିବ।ନିରୋଜ ଚୋପ୍ରା କହିଛନ୍ତି ଆମେ ପ୍ରୟାସ ଜାରି ରଖିବୁ ତ୍ରୁଟି ଗୁଡିକୁ ସୁଧାରିବୁ, ଏବଂ ଦେଶ ପାଇଁ ପରବର୍ତ୍ତୀ ସମୟରେ ଦେଶ ପାଇଁ ନିଶ୍ଚୟ ଗୌରବ ଆଣିବୁ ।

ପାକିସ୍ତାନର ଅର୍ଶଦ୍ ନଦୀମ୍ ଅଲିମ୍ପିକ୍ ରେକର୍ଡ ୯୨.୯୭ ମିଟର ଜାଭଲିନ୍ ଫିଙ୍ଗି ସ୍ଵର୍ଣ ପଦକ ହାତେଇଛନ୍ତି ।ନୀରଜ ଚୋପ୍ରା ଜାଭେଲିନ ୮୯.୪୫ ମିଟର ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି।ଅଲମ୍ପିକସ ଜିତିବା ପରେ ନିରୋଜ ଚୋପ୍ରାଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ୍ସ ଜରିଆରେ ବିଭିନ୍ନ ମହଲରୁ ପ୍ରସଂସାର ସୁଅ ଛୁଟୁଛି ।

Exit mobile version