Site icon UTKAL PRATIDIN

ପ୍ରଶିକ୍ଷଣ ନେବେ ବିଜେଡି ନବ ନିର୍ବାଚିତ ବିଧାୟକ

2023_4$largeimg23_Apr_2023_165208237

ଶଙ୍ଖ ଭବନରେ ପ୍ରଶିକ୍ଷଣ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ।ନବ ନିର୍ବାଚିତ ବିଧାୟକଙ୍କ ସମେତ ଅନ୍ୟ ବିଧାୟକ ମାନେ ମଧ୍ୟ ତାଲିମ ନେବେ ।ବିଧାନସଭାର ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତାମାନେ ପ୍ରଶିକ୍ଷଣ ଦେବେ।।ଗତ ୧୭ ଓ ୧୮ ତାରିଖରେ ବିଜେପି ଦ୍ୱାରା ବିଧାନସଭାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଉଭୟ ବିରୋଧୀ ଦଳର ନେତା ମାନେ ଯୋଗ ଦେଇନଥିଲେ ।କେବଳ ବିଜେଡି ନୁହେଁ କଂଗ୍ରେସ ମଧ୍ୟ ଏହି ପ୍ରସିକ୍ଷଣରେ ଯୋଗ ଦେଇନଥିଲେ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦଳର ପୁରୁଖା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ ପ୍ରମୁଖ ନବ ନିର୍ବାଚିତ ବିଧାୟକମାନଙ୍କୁ ଜ୍ଞାନ ପ୍ରଦାନ କରିବେ। ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସମେତ ସ୍ଥାନୀୟ ପ୍ରସଙ୍ଗକୁ କିଭଳି ଉପସ୍ଥାପନ କରିବେ, ସେ ବାବଦରେ ସେମାନଙ୍କୁ ବିସ୍ତୃତ ଭାବେ ଜ୍ଞାନ ପ୍ରଦାନ କରିବେ ।

Exit mobile version