ଭୁବନେଶ୍ୱର : ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ହୋଇଛି । ଜନ୍ମ ବେଳେ ପୁଅ କହି ପରିବାର ଲୋକଙ୍କୁ ଝିଅ ହସ୍ତାନ୍ତର କରାଯାଇଛି l
ସୂଚନା ଅନୁଯାୟୀ, ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ପତ୍ନୀଙ୍କୁ ପ୍ରସବ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ । କିନ୍ତୁ ପରେ ତାଙ୍କୁ ଏକ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିଲା । ଏ ନେଇ ପରିବାର ପକ୍ଷରୁ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ନିର୍ଦ୍ଦେଶକ କହିଛନ୍ତି, ଏ ଘଟଣାର ତଦନ୍ତ ସହ ଡିଏନଏ ଟେଷ୍ଟ କରାଯିବ । ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ ଟିମ୍ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦେଶକ । ଅନ୍ୟପଟେ ପିଲା ଅଦଳବଦଳ ନେଇ ପରିବାର ପକ୍ଷରୁ ଥାନାରେ ମଧ୍ୟ ଏତଲା ରୁଜୁ କରାଯାଇଛି l