Site icon UTKAL PRATIDIN

ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ; ସ୍ୱତନ୍ତ୍ର ଶୈଳୀରେ ଦଳର ଘୋଷଣା

matilda-angus-2024-04-3da3a79e269fceef0657e2d510acb450

ଅକଲାଣ୍ଡ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ସ୍ୱତନ୍ତ୍ର ଶୈଳୀରେ ଦଳ ଘୋଷଣା କରି ସମସ୍ତଙ୍କ ମନ ଜିଣି ପାରିଛି । ୨ଜଣ ଛୋଟ ପିଲା ମାଟିଲ୍ଡା ଓ ଅଙ୍ଗସ ପ୍ରେମମିଟରେ କେନ ୱିଲିୟମସନଙ୍କ ନେତୃତ୍ୱରେ ୧୫ଜଣିଆ ଖେଳାଳିଙ୍କ ନାମ ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ମେ ୧ ତାରିଖ ସୁଦ୍ଧା ସମସ୍ତ ଟିମ ସେମାନଙ୍କ ଖେଳାଳିଙ୍କ ନାମ ଘୋଷଣା କରିବାକୁ ଆଇସିସି ପକ୍ଷରୁ କୁହାଯାଇଛି । ଜୁନ ୧ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ ଖେଳାଯିବ ।

ଗ୍ରୁପ ସିରେ ନ୍ୟୁଜିଲାଣ୍ଡ ଦଳ ସ୍ଥାନ ପାଇଛି । ଜୁନ ୭ରୁ ଗୁଏନାରେ କିୱି ଟିମ ଆଫଗାନିସ୍ତାନ ବିପକ୍ଷରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ । କୋଚ ଗ୍ୟାରୀ ଷ୍ଟିଡ ଦଳର ଭଲ ପ୍ରଦର୍ଶନ ନେଇ ଦୃଢ଼ ଆଶାୟୀ ଅଛନ୍ତି । ଦଳ ଘୋଷଣା ପୂର୍ବରୁ ଖେଳାଳିମାନଙ୍କ ପରିବାରବର୍ଗ ଏକତ୍ର ହୋଇ ଏକ ଆକର୍ଷଣୀୟ ଭିଡିଓ ଛାଡିଥିଲେ ।

ନ୍ୟୁଜିଲାଣ୍ଡ ଟିମ: କେନ ୱିଲିୟମସନ (ଅଧିନାୟକ), ଫିନ ଆଲେନ, ଟ୍ରେଂଟ ବୋଲ୍ଟ, ମାଇକେଲ ବ୍ରେସୱେଲ, ମାର୍କ ଚାପମ୍ୟାନ, ଡେଭନ କନୱେ, ଲକି ଫର୍ଗ୍ୟୁଶନ, ମ୍ୟାଟ ହେନେରୀ, ଡାରେଲ ମିଚେଲ, ଜେମ୍ସ ନୀଶମ, ଗ୍ଲେନ ଫିଲିପ୍ସ, ରଚୀନ ରବୀନ୍ଦ୍ର, ମିଚେଲ ସାଟେଂନର, ଈଶ ସୋଧୀ, ଟିମ ସୌଥୀ ।

Exit mobile version