Site icon UTKAL PRATIDIN

ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ଆସିଲା ନୂଆ ମୋଡ

arun

ଚର୍ଚ୍ଚାରେ ଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣକୁ ୬ବର୍ଷ ପୁରିଯାଇଥିଲେ ବି ଏପର୍ଯ୍ୟନ୍ତ କୋର୍ଟରେ ଏହି ଘଟଣାର ଶୁଣାଣି ଚାଲିଛି ।ପାଟଣାଗଡ଼ କୋର୍ଟରେ ପହଞ୍ଚିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇ.ଜି. ଅରୁଣ ବୋଥ୍ରା। ପୂର୍ବରୁ ମୃତ ଇଞ୍ଜିନିୟର ସୌମ୍ୟ ସାହୁଙ୍କ ପତ୍ନୀ ରିମାରାଣୀଙ୍କ ସଖି ମଧ୍ୟ ଗ୍ରହଣ କରାଯାଇଥିଲା। ପାଟଣାଗଡ଼ ଏଡିଜେ କୋର୍ଟରେ ରିମାରାଣୀଙ୍କ ସାକ୍ଷୀ ଗ୍ରହଣ ହୋଇଥିଲା।

ଏହି ପାର୍ସଲ ବୋମା ବିସ୍ପୋରଣ ୨୦୧୮ ମସିହା ଫେବୃଆରୀ ୨୩ରେ ଘଟିଥିଲା ।ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂତାଙ୍କ ଜେଜେମାଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ।ଦୀର୍ଘ ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ ।

ସଂଯୁକ୍ତାଙ୍କ ପ୍ରତି ପ୍ରତିଶୋଧପରାୟଣ ହୋଇ ପୁଞ୍ଜିଲାଲ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟାଇଥିଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଥିଲା । ଏହି ଘଟଣାକୁ ନେଇ ‘ପାଟଣାଗଡ଼’ ଶୀର୍ଷକରେ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଥିବା ଜଣାପଡିବା ପରେ ଏହାକୁ ସୌଦାମିନୀ ବିରୋଧ କରିଥିଲେ। ‘ପାଟଣାଗଡ଼’ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ମାତା ଓ ନିର୍ଦ୍ଦେଶକ ଓ କଳାକାରଙ୍କ ବିରୋଧରେ ଅଭିଯୋଗ କରିଥିଲେ।

Exit mobile version