
ରାଜ୍ୟ ରାଜନୀତିର ଦୃଶ୍ୟପଟ ବଦଳିଛି ।ଦୀର୍ଘ ୨୪ ବର୍ଷର ବିଜେଡି ଗଡକୁ କ୍ଷମତାଚ୍ୟୁତ କରି ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର।ଦୀର୍ଘ ୨୪ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି । ଏସବୁ ଭିତରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିତିବାକୁ ପୁଣି ଅଣ୍ଟା ଭିଡିଛି ବିଜୁ ଜନତା ଦଳ ।ବିଜେଡି ଆପଣେଇଛି ନୂଆ ରାଣନୀତି । ନଭେମ୍ବର ମାସରୁ ସାରା ରାଜ୍ୟ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ତୃଣମୂଳ ସ୍ତରର ନେତା ଓ ମନ୍ତ୍ରୀ ପାଖକୁ ଯାଇ ଆଲୋଚନା କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମନ୍ୱୟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି।
ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ। ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ସହିତ ଦଳର ଛାତ୍ର, ଯୁବ ମହିଳା ଆଦି ଛାମୁଆ ସଂଗଠନକୁ ଗଠନ କରିବା ଓ ଅକ୍କ୍ଟୋବର ଦୁଇ ତାରିଖରୁ ପଦଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ଦୀର୍ଘ ୨୪ ବର୍ଷ ପରେ ଏପରି ପଦକ୍ଷେପ ପ୍ରଥମ ଥର ପାଇଁ ନବୀନ ନେଇଛନ୍ତି ।ବିଜେଡିର ପରାଜୟ ପରେ ନବୀନ ଏପରି ନିଷ୍ପତ୍ତି ନେଇଥିବା ସୂଚଚନା ମିଳିଛି । ବିଜେଡ଼ିକୁ ଦୀର୍ଘ ୨୪ବର୍ଷ ଧରି ନିରନ୍ତର ସେବା କରିବାର ସୁଯୋଗ ଓଡ଼ିଶାବାସୀ ଦେଇଥିବାରୁ ରାଜ୍ୟବାସୀଙ୍କ ନିକଟରେ ଆମେ ୠଣୀ।ଆଗକୁ ମଧ୍ୟ ଲୋକଙ୍କ ସେବା ଜାରି ରଖିବା ପାଇଁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି।