ଆଗକୁ ଆସୁଛି ଚଳିତ ବର୍ଷ ସ୍ୱାଧୀନତା ଦିବସ ।ଏହି ଦିବସ ପାଳନ ଉପଲକ୍ଷେ ସମସ୍ତ ସ୍ଥାନରେ ୯ ରୁ ୧୩ତାରିଖ ଯାଏଁ ‘ହର ଘର ତିରଙ୍ଗା’କାର୍ୟ୍ୟକ୍ରମ ପାଳନ କରାଯିବ ।୧୪ ଓ ୧୫ ତାରିଖରେ ବିଭିନ୍ନ କାର୍ଯ୍ୟାଳୟ ଏବଂ ପ୍ରତି ଘରେ ଜାତୀୟ ପତାକା ଲଗାଇବାକୁ ଆହ୍ବାନ ଦିଆଯାଇଛି ।ଗତ ଦୁଇବର୍ଷ ହେଲା ଅଗଷ୍ଟ ୧୫ ପୂର୍ବରୁ ଏପରି କାର୍ଯ୍ୟକ୍ରମ କରାଯାଉଛି ।ଏହା ହେଉଛି ତୃତୀୟ ବର୍ଷ ।
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ଦିବସ ଅବସରରେ ଦେଶବାସୀଙ୍କୁ ବାଲୁକା କଳା ମାଧ୍ୟମରେ ସୋସିଆଲ ମିଡ଼ିଆ ଡିପିରେ ତ୍ରିରଙ୍ଗା ରଖିବାକୁ ଅପିଲ୍ କରିଛନ୍ତି । ଭାରତୀୟ ନିଜ ଘରେ ଜାତୀୟ ପତାକା ଲଗାଇ ଦେଶ ପାଇଁ ଲଢେଇ କରି ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପ୍ରଦାନ ପାଇଁ ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଦେଇଛନ୍ତି।

ବାଲୁକା କଲା ମାଧ୍ୟମରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ନୀଳାଦ୍ରି ବିଚ୍ରେ ଏକ ସୁନ୍ଦର ଚିତ୍ର କରି ସମସ୍ତଙ୍କୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳିବାକୁ କହିଛନ୍ତି ।ଏହି ବାଲୁକା କଲା ଦେଖିବାକୁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ ଲାଗୁଛି । ନରେନ୍ଦ୍ର ମୋଦି ମଧ୍ୟ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ତ୍ରିରଙ୍ଗା ଫଟୋ ଲଗେଇବାକୁ ବାର୍ତ୍ତା ଦେଇଛନ୍ତି ।