Site icon UTKAL PRATIDIN

ଖାଉଟିଙ୍କ ପାଇଁ ଖୁସି ଖବର ,୧୦୦ଟଙ୍କାରେ ମିଳିବ ତିନି କିଲୋ ଆଳୁ

potato-price-gains-in-india-due-to-rains

ରାଜ୍ୟରେ ଖାଉଟି ଆଳୁ ସଙ୍କଟ ଦେଇ ଗତି କରୁଥିଲା ବେଳେ ଖାଉଟିଙ୍କ ପାଇଁ ଆସିଛି ଖୁସି ଖବର । ୧୦୦ଟଙ୍କାରେ ୩କିଲୋ ଆଳୁପାଇବେ ଗ୍ରାହକ ।ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଜଧାନୀର ସବୁ ଡିଲର ମାନଙ୍କୁ ଆଳୁ ଦେବା ଆରମ୍ଭ ହୋଇଛି ।ଅଇଗିଣିଆରୁ ଆଳୁ ଭର୍ତ୍ତି ଟ୍ରକ ଗୋଦାମରୁ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ।ଆଳୁ ଦୁର୍ଦଶା ଦୂର କରିବାକୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି ।

ଖାଉଟି କଲ୍ୟାଣ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଆଲୋଚନା ସତ୍ୱେ ପାଚିମବଂଗରୁ ଆଳୁ ଆସିପାରୁନାହିଁ ।ତେଣୁ ନାଫେଡ଼ ଜରିଆରେ ରାଜ୍ୟ ସରକାର ଆଳୁ ଆଣିବେ ।ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆସିବ।ଉଚ୍ଚ ଦରରେ ଆଳୁ କିଣିଲେ ବି ଲୋକଙ୍କୁ ୩୦ ଟଙ୍କାରେ ଦବୁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Exit mobile version