ଭୁବନେଶ୍ୱର: କେନ୍ଦ୍ର ଓଡ଼ିଶାରେ ବିଦ୍ୟୁତ୍ ବଂଟନ ଦାୟିତ୍ୱରେ ଥିବା ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ସ୍ୱଚ୍ଛତାରେ ଉନ୍ନତି ଆଣିବା ଓ ଗ୍ରାହକଙ୍କ ସୁବିଧାକୁ ନିଶ୍ଚିତ କରିବା ଲାଗି ଉଲ୍ଲେଖନୀୟ ଉନ୍ନତି ହାସଲ କରିଛି । ତାହାକୁ ହାସଲ କରିବା ଲାଗି, ନୂଆ ସଂଯୋଗ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଟିପିସିଓଡିଏଲ୍ର ରହିଛି ଏକ ସରଳ ଓ ବାଧାମୁକ୍ତ ପ୍ରକ୍ରିୟା ।
ଏହି ସରଳ ପ୍ରକ୍ରିୟାରେ ରହିଛି ଚାରିଟି ସହଜ ସୋପାନ: ପଞ୍ଜୀକରଣ, କାଗଜପତ୍ର ଦାଖଲ, ପେମେଂଟ୍ ଓ ଯାଂଚ ଏବଂ ମିଟର ସ୍ଥାପନ । ସବୁ କିଛି କଂପାନି ଦ୍ୱାରା ପରିଚାଳିତ ହେଉଛି । ନୂଆ ସଂଯୋଗ ପ୍ରକ୍ରିୟାକୁ ଆରମ୍ଭ କରିବା ଲାଗି ଗ୍ରାହକମାନଙ୍କ ପାଖରେ ବିଭିନ୍ନ ସୁବିଧାଜନକ ବିକଳ୍ପ ରହିଛି ।
ସେମାନେ ଟିପିସିଓଡିଏଲ୍ର ଉତ୍ସର୍ଗୀକୃତ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୭୧୨୨/୧୯୧୨ରେ କଲ୍ କରିପାରିବେ, ୮୦୯୩୦୦୯୯୯୦ରେ ମିସ୍ଡ କଲ୍ କରିପାରିବେ, ୮୦୯୩୦୦୯୯୯୦କୁ “NC_ମୋବାଇଲ୍ ନମ୍ବର_ନାମ’ ଲେଖି ମେସେଜ୍ ପଠାଇପାରିବେ । newconnection@tpcentralodisha.comକୁ ବିବରଣୀ (ନାମ, ଠିକଣା, ମୋବାଇଲ୍ ନମ୍ବର) ଦେଇ ଇ-ମେଲ୍ କରିପାରିବେ କିମ୍ବା ମୋବାଇଲ୍ ଓ ଡେସ୍କଟପ୍ ବ୍ୟବହାର କରିୱେବସାଇଟ୍ https://mobidyut.com/NewConnection/Connection ପରିଦର୍ଶନ କରିପାରିବେ । ପଞ୍ଜୀକରଣ ପରେ କଂପାନି ଅଧିକାରୀମାନଙ୍କଠାରୁ ତ୍ୱରିତ ସହଯୋଗ ଆଶା କରାଯାଇପାରେ ।

