Site icon UTKAL PRATIDIN

ଗୋପାଷ୍ଟମିରେ ମନ୍ତ୍ରୀଙ୍କ ଘରକୁ ଆସିଲେ ନୂଆ ଅତିଥି

Cow_puja_1731129971-750x430

ଆଜି ହେଉଛି ପବିତ୍ର ଗୋପାଷ୍ଟମି । ଏହି ଅବସରରେ ସୁନ୍ଦରକାଣ୍ଡ ପାଠ ଅନୁଷ୍ଠିତ ହୋଇଛି।ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରକୁ ଆସିଛନ୍ତି ୨ ନୂଆ ଅତିଥି। ତାଙ୍କ ସରକାରୀ ବାସଭବନରେ ଏହି ବିରଳ ପ୍ରତାତିର ଗାଈ ବଳଦଙ୍କର ଗୃହ ପ୍ରବେଶ କରାଇଛନ୍ତି।ଗୋବିନ୍ଦ ଗୋଧାମ ଗୋଶାଳାର ସାଧୁସନ୍ଥଙ୍କ ଗହଣରେ ବହୁ ଆଡ଼ମ୍ବରରେ ପୁଙ୍ଗାନୂର୍ ଗୋମାତାଙ୍କ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ। ଆନ୍ଧ୍ର ପ୍ରଦେଶର ଚିତୁରରୁ ସେଠାକାର ପାରମ୍ପରିକ ପୁଙ୍ଗାନୁର ପ୍ରଜାତିର ଦୁଇଟି ଗାଈ ଅଣାଯାଇଛି। ଏହା ଏକ ଭାରତୀୟ ପ୍ରଜାତିର ଗାଈ ଯାହା ଉଚ୍ଚତା କମ୍ ବିଶିଷ୍ଟ ହୋଇଥାଏ।

ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ଗାଈମାନଙ୍କର ସଂରକ୍ଷଣ ପାଇଁ ମଧ୍ୟ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଶାରେ କିଭଳି ଗୋ ଅଧିନିୟମର କାର୍ଯ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ସରକାର ଦେଉଥିବା କହିଛନ୍ତି ମନ୍ତ୍ରୀ। ଏଥିସହିତ ଗୋ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ମନ୍ତ୍ରୀ।

Exit mobile version