ଢାକା: ବାଂଲାଦେଶରେ ବଢୁଛି ଶେଖ ହସିନାଙ୍କ ଅଡୁଆ | ନୂଆ ସରକାର ଶେଖ ହସିନାଙ୍କ ବିରୋଧରେ ଆରମ୍ଭ କରି ଦେଇଛନ୍ତି ମାମଲା | ତାଙ୍କ ବିରୋଧରେ ଜଣେ ଦୋକାନୀଙ୍କୁ ହତ୍ୟା କରିଥିବା ନେଇ ମାମଲା ରୁଜୁ କରାଯାଇଛି | ଜୁଲାଇ ୧୯ ତାରିଖରେ ରାଜଧାନୀ ଢାକାର ମହମ୍ମଦପୁର ଇଲାକାରେ ପୋଲିସ ଫାୟାରିଂ କରିଥିଲା |
ଢାକା ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ, ପୋଲିସ ଗୁଳିରେ ତେଜରାତି ଦୋକାନ ମାଲିକ ଆବୁ ସଇଦଙ୍କର ମୃତ୍ୟୁ ଘଟିଥିଲା | ଏହି ଘଟଣାରେ ପୂର୍ବତମ ମୁଖ୍ୟମନ୍ତ୍ରୀ ଶେଖ ହସିନାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି | ଏଠି ସହିତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶା ଯାଇଛି |
ଶେଖ ହସିନାଙ୍କ ସମେତ ତାଙ୍କ ଦଳ ଅବାମି ଲିଗର ମହାସଚିବ ଓଵେଦୁଲ କାଦର, ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମା ଖାନ କମାଲ, ପୂର୍ବତନ ପୋଲିସ ମହାନିର୍ଦେଶକ ଚୌଧୁରୀ ଅବଦୁଲ ଅଲ ମାମୂନ, ଡିଟେକଟିଭ ବ୍ରାଞ୍ଚର ପୂର୍ବ ଚିଫ ହାରୁନୋର ରଶିଦ, ଡ଼ିଏମପି ପୋଲିସର ପୂର୍ବ ଆୟୁକ୍ତ ହ୍ବିବୁର ରହମାନଙ୍କ ସହ ପୂର୍ବ ଡ଼ିଏମପି ବିପ୍ଳବ କୁମାର ସରକାରଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇଛି |
ଏଥିସହିତ ଅନେକ ପୋଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି |