
ଭୁବନେଶ୍ଵର: ଖରାଦିନ ଆସିଲେ ସବୁରି ଘରେ ଏସିର ବ୍ୟବହାର ବଢିଯାଏ । ଏଥିସହ ଚିନ୍ତା ବି ବଢିଯାଏ । ଏସି ବ୍ୟବହାର ବଢିବା ସହ ବଢେ ବିଜୁଳି ବିଲ୍ । ଯହା ସଭିଙ୍କ ଚିନ୍ତାର କାରଣ ପାଲଟିଯାଏ । କିନ୍ତୁ ଏବେ ଆଉ କରନ୍ତୁନି ଚିନ୍ତା । କାରଣ ମାର୍କେଟକୁ ଏକ ଉପରି ଡିଭାଇସ୍ ଆସିଛି ଯାହା ଆପଣଙ୍କ ଚିନ୍ତାକୁ ଚୁଟକିରେ ଦୁରେଇଦେବ । ଆଜ୍ଞା ହଁ ନିକଟରେ ମାର୍କେଟରେ ଲଞ୍ଚ ହୋଇଛି ସୌର ଚାଳିତ ଏକ ନୂତନ ଡିଭାଇସ୍ । ଯାହାକୁ ବ୍ୟବହାର କରି ଆପଣ ବିନା ବିଜୁଳିରେ ଏସି, ଫ୍ୟାନ୍, ଟିଭି ଆଦି ସମସ୍ତ ବୈଦୁତିକ ଜିନିଷ ଚଲେଇପାରିବେ ।
ଏହି ଡିଭାଇସର ନାମ ହେଉଛି ଓକିଟେଲ୍ ପି-୨୦୦୧ । ସୌର ଚାଳିତ ଏହି ଡିଭାଇସକୁ ବ୍ୟବହାର କରି ଆପଣ ବିନା ବିଜୁଳିରେ ସମସ୍ତ ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରିପାରିବେ । ଏହା ଏକ ପୋର୍ଟେବଲ୍ ପାୱାର୍ ଷ୍ଟେସନ୍ ଯାହାକି ଆଉଟ୍ ଡୋର୍ କେମ୍ପିଙ୍ଗରେ ମଧ୍ୟ କାମରେ ଆସିପାରିବ । ନୂଆ ଲଞ୍ଚ ହୋଇଥିବା ଏହି ଓକିଟେଲ୍ ପି-୨୦୦୧ ଡିଭାଇସଟି ୪ହଜାର ୱାଟର ପିକ୍ ପରର୍ଫମାନ୍ସ ଦେବା ସହ ୨ହଜାର ୱାଟର ଆଉଟ୍ ପୁଟ୍ ମଧ୍ୟ ଦେଇଥାଏ ।
କେବଳ ସେତିକି ନୁହେଁ ପି-୨୦୦୧ ଆଉଟରେଜରେ ଘର ଭିତରେ ମଧ୍ୟ ପାୱାର୍ ବ୍ୟାକ୍ଅପ ଦେଇଥାଏ । ଆଉ ଲାଇନ୍ ନଥିଲେ ପୁରା ୨ଦିନ ପର୍ଯ୍ୟନ୍ତ ଚାଲିଥାଏ । ତେବେ ଏହି ଡିଭାଇସକୁ ଚାର୍ଜ ହେବା ପାଇଁ ପୁରା ୧୦୦ ମିନିଟ୍ ଲାଗିଥାଏ । ଏହା ସୋଲାର ପାୱାର୍ ମାଧ୍ୟମରେ ହିଁ ଚାର୍ଜ ହୋଇଥାଏ । ଏହାକୁ ବ୍ୟବହାର କରି ଆପଣ ରେଫ୍ରିଜରେଟର୍, ଟିଭି, ଏସି ଆସି ସମସ୍ତ ବୈଦୁତିକ ସାମଗ୍ରୀ ଚଲାଇପାରିବେ । ଯାହାଦ୍ଵାରା ଆପଣଙ୍କ ବିଜୁଳି ମଧ୍ୟ ସଞ୍ଚୟ ହେବା ସହ ଖରାଦିନେ ବିଜୁଳି ବିଲ୍ ବଢିବାର ଚିନ୍ତା ମଧ୍ୟ ରହିବନି ।