ଭୁବନେଶ୍ଵର: ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂତନ ଅକ୍ଷୟ ଦଣ୍ଡ । ଚୂନରା ସେବାୟତଙ୍କ ଦ୍ଵାରା ନୀଳଚକ୍ରରେ ନୂତନ ଅକ୍ଷୟ ଦଣ୍ଡ ଲଗାଯାଇଛି । ଏହି ଦଣ୍ଡଟି ୧୭ ଫୁଟ ହୋଇଥିବା ବେଳେ ଆଜିଠୁ ପୁଣି ନୀଳଚକ୍ରରେ ଉଡିବ ପତିତପାବନ ।
କହିରଖୁଛୁ ଯେ, ଅକ୍ଷୟ ଦଣ୍ଡର ଶୀର୍ଷରେ ପ୍ରତିଦିନ ଲଟେରିରେ ଉଠିଥିବା ବାନା ବନ୍ଧା ଯାଇଥାଏ। ଅନ୍ୟ ବାନା ସବୁ ତଳେ ବନ୍ଧାଯାଇଥାଏ। କିନ୍ତୁ ଗତକାଲି ଅପରାହ୍ଣରେ ଚୁନରା ସେବକମାନେ ବାନା ବାନ୍ଧିବା ପାଇଁ ଶ୍ରୀମନ୍ଦିର ଦଧି ନଉତି ଉପରେ ଚଢ଼ିଥିଲେ। ଲଟେରିରେ ଉଠିଥିବା ବାନା ବାନ୍ଧିବା ବେଳେ ହଠାତ୍ ନୀଳଚକ୍ରରେ ବନ୍ଧା ହୋଇଥିବା ଅକ୍ଷୟ ଦଣ୍ଡ (ବାନା ବାନ୍ଧିବାକୁ ନୀଳଚକ୍ରରେ ବନ୍ଧା ହୋଉଥିବା ବାଉଁଶ) ଭାଙ୍ଗି ଯାଇଥିଲା। ଏଣୁ ଦଧିନଉତିରେ ଚଢ଼ିଥିବା ଚୁନରା ସେବକ ବାନା ବାନ୍ଧି ନ ପାରି ନୀଳଚକ୍ରରେ ସବୁ ବାନା ବାନ୍ଧି ଫେରିଥିଲେ।
କହିରଖୁଛୁ ଯେ ଅକ୍ଷୟ ଦଣ୍ଡ ପୁରୁଣା ହୋଇଗଲେ, ଏହାକୁ ବଦଳା ଯାଇଥାଏ । କିନ୍ତୁ ବିଗତ ଦିନ ମାନଙ୍କରେ ଏହା କେବେ ଭାଙ୍ଗିଯିବାର ଖବର ସାମ୍ନାକୁ ଆସିନଥିଲା । ସେପଟେ ଗତକାଲି ଭାଙ୍ଗିଯାଇଥିବା ଅକ୍ଷୟ ଦଣ୍ଡ ଅଶୁଭ ସଙ୍କେତ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।