
ତୃତୀୟ ଥର ପାଇଁ ହରିୟାଣାରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ହରିୟାଣା ନିର୍ବାଚନରେ ବାଜିମାତ କରିଛି ବିଜେପି । ନାୟବ ସିଂ ସାଇନିଙ୍କୁ ପୁଣି ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି।
ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଆଜିଠୁ ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିବେ ନାୟବ ସିଂ ସଇନି। ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂ ସଇନି। ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ନାୟବ ସିଂ ସଇନି ଦାବି କରିଛନ୍ତି।