ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା ।ସେଥପାଇଁ ରାଜ୍ୟର ସମସ୍ତ ଶକ୍ତପିଠ ଗୁଡିକ ଉତ୍ସବମୁଖର ହୋଇପଡିଛି।ସବୁ ଶକ୍ତିପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।ମାଆ କଟକ ଚଣ୍ତୀଙ୍କ ପୀଠରେ ଧୁମଧାମ ସହକାରେ ନବରାତ୍ର ପୂଜା ଚାଲିଛି। ନବରାତ୍ର ବ୍ରତ ଧାରଣ କରି ଭକ୍ତମାନେ ମାଆଙ୍କର ପୂଜାର୍ଚ୍ଚନା କରୁଛନ୍ତି। ୯ ଦିନରେ ମା ୯ଟି ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାଆଙ୍କର ଏହି ମନୋରମ ବେଶକୁ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଲକ୍ଷାଧିକ ଭକ୍ତ ଛୁଟି ଆସନ୍ତି।