
୧୫୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି କେରଳର ଭୟଙ୍କର ଭୂସ୍ଖଳନ ।୨୦୦ରୁ ଅଧିକ ଲୋକ ହୋଇଛନ୍ତି ଆହତ।ସପ୍ତାହକ ଆଗରୁ ରାଜ୍ୟ ସରକାର ଏହି ଭୂସ୍ଖଳନ ସମ୍ପର୍କରେ ଆଗରୁ ସତର୍କ କରାଯାଇଥିଲେ ମଧ୍ୟ କାହିଁକି କେରଳ ସରକାର ସତର୍କ ହୋଇନଥିଲେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଆଗରୁ ସତର୍କ ହୋଇ ପଦକ୍ଷେପ ନେଇଥିଲେ କିଛି ଜୀବନ ବଞ୍ଚି ଯାଇଥାନ୍ତା ବୋଲି କହିଛନ୍ତି ଅମିତ ସାହା।
ଅମିତ ସାହା ଆଜି ରାଜ୍ୟସଭାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସାହା ତାଙ୍କ ଉଦାହରଣ ଦେଇଛନ୍ତି ।ସେ କହିଛନ୍ତି ନବୀନ ପଟ୍ଟନାୟକ କ୍ଷମତାରେ ଥିବା ସମୟରେ ୭ଦିନ ପୂର୍ବରୁ ସାଇକ୍ଲୋନ ଆଲର୍ଟ ପଠାଇଥିଲୁ ମାତ୍ର ଜଣଙ୍କର ବି ମୃତ୍ୟୁ ହୋଇନଥିଲା ।କେବଳ ଓଡିଶା ସରକାର ନୁହନ୍ତି ମାତ୍ର ୩ଦିନ ପୂର୍ବରୁ ଗୁଜୁରାଟ ସରକାରଙ୍କୁ ମଧ୍ୟ ସାଇକ୍ଲୋନ ଆଲର୍ଟ ପାଠ ଯାଇଥିଲା ହେଲେ ବି ଜଣଙ୍କର ମୃତ୍ୟୁ ହୋଇନଥିଲା ।ଅମିତ ସାହା କହିଛନ୍ତି ଏଭଳି ବିପର୍ଯ୍ୟୟ ସମ୍ପର୍କରେ ୭ଦିନ ପୂର୍ବରୁ କେରଳ ସରକାରରଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ କେରଳ ସରକାର ଏହାକୁ ସମ୍ପୂର୍ଣ ରୂପେ ଅଣଦେଖା କରିଛନ୍ତି ।