
ମୈଦାନରେ ଲୋକଙ୍କ ସହ ମିଶି ନାଚୁଛନ୍ତି ଦୀପାଳି । ପ୍ରଚାରରେ ଦୀପାଳିଙ୍କୁ ମିଳୁଛି ସମର୍ଥନ। ବିରୋଧୀଙ୍କୁ ଚିନ୍ତାରେ ପକାଇଛନ୍ତି ବିଜେଡି ପ୍ରାର୍ଥୀ । ଚର୍ଚା ଦୀପାଳିଙ୍କ ପାଇଁ ମଇଦାନକୁ ଓଲ୍ହାଇବେ ନବୀନ । ଝାରସୁଗୁଡାରେ ବିଜେଡି ଜିତିବା ଥୟ ! ସରଗରମ ହେଉଛି ଝାରସୁଗୁଡା ରାଜନୀତି । ଝାରସୁଗୁଡ଼ାରେ ଭୋଟ୍ଗ୍ରହଣକୁ ଆଉ ୧୦ ଦିନ ରହିଲା । ସମସ୍ତ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର ପ୍ରସାର । ସହରୀ ଭୋର୍ଟଙ୍କ ଉପରେ ୩ ଦଳର ନଜର । କିନ୍ତ୍ରୁ ବର୍ତ୍ତମାନର ରାଜନୈତିକ ପାଣିପାଗକୁ ଦେଖି ବିଜେଡି ଚିନ୍ତାରେ । ପୌରାଞ୍ଚଳର ଅନେକ ୱାର୍ଡରେ ବିଜେଡି ପ୍ରାର୍ଥୀ ବିରୋଧୀ ହାୱା ପ୍ରବାହ ଆରମ୍ଭ ହୋଇଛି ।
ଦିପାଳୀ ଲାଇକେରା ବ୍ଲକରେ ପହଞ୍ଚିବା ପରେ ଲୋକେ ତାଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟରେ ସ୍ୱାଗତ କରିଥିଲେ । ଏହି ସମୟରେ ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା ମଧ୍ୟ ଥିଲେ । ଲୋକଙ୍କ ସହ ମିଶି ଉଭୟ ବର୍ଷା ଓ ଦିପାଳୀ ନାଚିଥିଲେ । ସେହିପରି ଷ୍ଟାର କ୍ୟାମ୍ପେନରଙ୍କୁ ନେଇ ପ୍ରଚାରକୁ ଜୋରଦାର କରିଛି ବିଜେପି । କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନେତା ଓ କର୍ମୀମାନେ ରାଲି ଓ ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ୍ ମାଗୁଛନ୍ତି ।
ହାକୁ ବାଦ୍ ଦେଲେ ଗତ ପୌର ନିର୍ବାଚନ ସମୟରେ ମଧ୍ୟ ବିଜେପି- ବିଜେଡି- କଂଗ୍ରେସ ଭୋଟ୍ରେ ଦେଖାଦେଇଥିବା ପରିବର୍ତ୍ତନ ଚଳିତ ଉପନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ । ଗତ ସାଧାରଣ ନିର୍ବାଚନ ସମୟରେ ଝାରସୁଗୁଡ଼ା ମ୍ୟୁନିସିପାଲଟି ଅଞ୍ଚଳରେ ବିଜେଡି ବିଜେପିଠାରୁ ପ୍ରାୟ ୧୦ ହଜାର ଭୋଟ୍ ଅଧିକ ହାତେଇବାରେ ସକ୍ଷମ ହୋଇଥିଲା । ସେପଟେ, କଂଗ୍ରେସ ସାଧାରଣ ନିର୍ବାଚନ ତୁଳନାରେ ପୌର ନିର୍ବାଚନ ବେଳକୁ ନିଜର ଅସ୍ତିତ୍ୱ ହରାଇ ବସିଥିଲା । ପୌରାଞ୍ଚଳରେ ବିଜେପିର ବର୍ଦ୍ଧିତ ଜନମତ ବିଜେଡିକୁ ଚିନ୍ତାରେ ପକାଇଛି ।
ଅନ୍ୟପଟେ, ନବ ଦାସଙ୍କ ଦେହାନ୍ତ ପରେ ସହରରେ ଥିବା ପ୍ରାୟ ବ୍ୟବସାୟୀ ଭୋର୍ଟ ଏବେ ବିଜେଡ ବିିରୋଧରେ ଭୋଟିଂ କରିବାକୁ ଖୋଲାଖୋଲି ଭାବେ କହିଲେଣି । ସହର ଉପକଣ୍ଠ ଅଞ୍ଚଳରେ ବିଜେଡିର ଦବ୍ଦବା ଜାରି ରହଛି । ମାତ୍ର, ସହର ଭିତରେ ସ୍ଥିତି କିଛି ଭିନ୍ନ ରହିଥିବା ଆଲୋଚନା ହେଉଛି । ୱାର୍ଡ ନଂ ୩, ୧୯, ୧୩ ଯେଉଁଠି ପୌର ନିର୍ବାଚନରେ ବିଜେପିକୁ ଅଭୂତପୂର୍ବ ସଫଳତା ମିଳିଥିଲା, ସେପରି ୱାର୍ଡ ଏବେ ବିଜେଡି ପାଇଁ ମୁଣ୍ଡବିନ୍ଧା ସାଜିଛି । ତେବେ ଆଗକୁ ଦେଖିବାକୁ ବାକି ରହିଲା ଝରସୁଗୁଡାରେ କେତେ କାମ ଦେଉଛି କାହା ରଣନୀତି ତାହା ଉଫରେ ଏବେ ସମସ୍ତଙ୍କ ନଜର ।