ବିଧାନସଭାରେ ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ବୟକଟ କରିଥିଲାବିଜେଡି । ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଓ ମର୍ଯ୍ୟାଦା ନିଜ ରାଜ୍ୟରେ କ୍ଷୁଣ୍ଣ ହୋଇଥିବା ଅନୁଭବ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ଅଭିଯୋଗ ଆଣି ପ୍ରଶିକ୍ଷଣ ଶିବିରରୁ ଦୂରେଇରହିଥିଲା ବିଜେଡି ।ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଶଙ୍ଖ ଭବନରେ ନୂଆ ବିଧାୟକଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା ।
ନବନିର୍ବାଚିତ ବିଧାୟକଙ୍କ ସହ ବିଜେଡିର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ ଓ ସାଂସଦମାନେ ଯୋଗ ଦେଇଥିଲେ। ଗଣତନ୍ତ୍ରରେ ସରକାର ର ଯେତିକି ଭୂମିକା ରହିଥାଏ ବିରୋଧୀ ଦଳର ମୁଖ୍ୟ ଭୂମିକା ରହିଥାଏ ବୋଲି କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ନୂଆ ବିଧାୟକମାନଙ୍କୁ ବିଧାନସଭାର ନୀତି ନିୟମ ସମ୍ପର୍କରେ ବୁଝାଇବା ସହ ଲୋକଙ୍କ ସହ ସର୍ବଦା ରହିବାକୁ ପରାମର୍ଶ ଦେଇଥିଲେ ।୫୧ ବିଧାୟକଙ୍କୁ ନେଇ ବିଜେଡି ଆଜି ଏକ ଶକ୍ତିଶାଳୀ ବିରୋଧୀ ଦଳର ଭୁମିକା ନିର୍ବାହ କରୁଛି ।
ତେଣୁ ସରକାରଙ୍କୁ ଯେକୌଣସି ବିଷୟରେ ଉତ୍ତରଦାୟୀ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା ନକରିବାକୁ ସେ ନବ ବିଧାୟକଙ୍କୁ ଆହ୍ବାନ ଦେଇଥିଲେ। ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ ପ୍ରଶିକ୍ଷଣ ଶିବିରରେ ନବବିଧାୟକ ମାନଙ୍କୁ ମଧ୍ୟ ବିଧାନସଭା ପରିଚାଳନା ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ ।

