ଭୁବନେଶ୍ୱର: ଭତ୍ତା ଦେବେ କହି ଭୁଲିଗଲେ | ଭତ୍ତା ନାଁରେ ଭେଳିକି ଦେଖେଇଲେ, ଲୋକଙ୍କୁ ଭୁଆଁ ବୁଲେଇଲେ | ଆଉ ସହିବେନି ଜନତା | ଜନତାଙ୍କ ପାଇଁ ଏବେ ସ୍ୱର ଉଠାଇବ ବିଜେଡି | ବିଜେପି ସରକାରକୁ ଘେରିବ ବିଜେଡି | ସିଧା ଆନ୍ଦୋଳନକୁ ଓଲ୍ହାଇବେ | ଆସନ୍ତା ୧୬ ତାରିଖରୁ ଆରମ୍ଭ କରିବ ଜଣ ଜାଗରଣ ଅଭିଯାନ | ସରକାରଙ୍କ ଏ ପ୍ରତାରଣାକୁ ବରଦାସ୍ତ କରିବନି ବିଜେଡି | ଏମିତି କହି ବିଜେପି ସରକାରକୁ କଡା ଚେତାବନୀ ଦେଇଛନ୍ତି ନିଜେ ନବୀନ ପଟ୍ଟନାୟକ |
ନିଜ ଏକ୍ସରେ ବିଜେଡିର ଆଭିମୁଖ୍ୟକୁ ସ୍ପଷ୍ଟ କରି ନବୀନ କହିଛନ୍ତି, ବିଜେପି ସରକାର ୫୫ ହଜାର ଭତ୍ତାଧାରୀଙ୍କୁ ପ୍ରତାରିତ କରିଛନ୍ତି | ନିର୍ବାଚନୀ ଘୋଷଣାପତ୍ରରେ ୩ ହଜାର ଓ ୩୫୦୦ ଟଙ୍କା ଦେବେ ବୋଲି କହିଥିଲେ | ହେଲେ ବଜେଟରେ କେବଳ ୮୦ରୁ ଅଧିକ ବୟସ ଲୋକଙ୍କ ପାଇଁ ମାସିକ ୩ ହଜାର ଟଙ୍କା ଦେବେ ବୋଲି କହିଲେ | ପ୍ରତିଶୃତି ପୁରଣ ପାଇଁ ୪୫ ହଜାର କୋଟିର ଋଣ କଲେ, ହେଲେ କଥା ରଖିଲେନି |ବିଜେପି ସରକାରର ଏ ପ୍ରତାରଣାକୁ ବିଜେଡି ସହିବ ନାହିଁ ବୋଲି ସୁଦ୍ଧା ସିଧା ଶୁଣାଇ ଦେଇଛନ୍ତି ନବୀନ |
ବିଜେଡି ସୁପ୍ରୀମୋ କହିଛନ୍ତି, ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ବିଜେପି ସରକାର ୩୫୦୦ ଟଙ୍କା ଭତ୍ତା ଦେବ ବୋଲି କହିଛି | ହେଲେ ଏହା ଦ୍ୱାରା ୫୫ ଲକ୍ଷ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଏହି ଭତ୍ତାରୁ ବଂଚିତ ହେବେ | ବୟସ୍କ, ଅସହାୟଙ୍କ ପ୍ରତି ଏହଁ ପ୍ରତାରଣା | ଏହାକୁ ଦଳ ସହିବ ନାହିଁ | ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତି ପଂଚାୟତରେ ଜଣ ନଗରଣ ଅଭିଯାନ ଆରମ୍ଭ କରିବ | ଓଡ଼ିଆଙ୍କୁ ସିମଙ୍କର ହକ ଦେବାପାଇଁ ଲଢ଼ିବ ବୋଲି ଦୃଢତାର ସହ କହିଛନ୍ତି ବିଦିଦି ସୁପ୍ରିମୋ ନବୀନ ପଟ୍ଟନାୟକ |
ନବୀନଙ୍କ ସିଧାବାଣ-ବରଦାସ୍ତ କରିବୁନି ବୟସ୍କଙ୍କୁ ପ୍ରତାରଣା, ରାସ୍ତାକୁ ଓହ୍ଲାଇବୁ
