Site icon UTKAL PRATIDIN

ଜାତୀୟ ସ୍ତରୀୟ ପାଇପ୍ ବ୍ୟାଣ୍ଡ୍ ପ୍ରତିଯୋଗିତା :ଠାକୁରମୁଣ୍ଡା ନିଶାପୋଷି ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ବିଜେତା

WhatsApp-Image-2024-01-25-at-2.50.33-PM

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ପଡିଆବେଡା ଗ୍ରାମପଞ୍ଚାୟତ ନିଶାପୋଷି ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ଜାତୀୟ ସ୍ତରରେ ଓଡିଶା ପାଇଁ ଗୌରବ ଆଣିଛନ୍ତି । ନୂଆଦିଲ୍ଲୀସ୍ଥିତ ମେଜର ଧ୍ଯାନବାନ୍ଦ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଆନ୍ତଃ ବିଦ୍ୟାଳୟସ୍ତର ସ୍ତରୀୟ ପାଇପ୍ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ସମଗ୍ର ଦେଶରେ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଦଖଲ କରିଥିଲା ।

ଗତ ଭେମ୍ବର ୧୬ ତାରିଖରେ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତି ଯୋଗିତାରେ ପ୍ରଥମ ଏବଂ ଡିସେମ୍ବର ୨୨ ତାରିଖରେ ପୂର୍ବ ଜୋନସ୍ତରରେ ମଧ୍ଯ ପ୍ରଥମ ସ୍ଥାନ ଦଖଲ କରି ଜାତୀୟ ସ୍ତର କୁ ମନେ ମୋନନୀତ ହୋଇଥିଲା ।

ଉଦ‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ବିଦ୍ୟାଳୟ ଓ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ଠାରୁ ମାନପତ୍ର, ଟ୍ରଫି ଓ ଅର୍ଥ ରାଶି ପୁରସ୍କାର ଗ୍ରହଣ କରିବା ପରେ ଅଧୂକ ଉତ୍ସାହିତ ହୋଇଛନ୍ତି । ଖବର ପ୍ରଚାରିତ ହେବା ପରେ ଠାକୁରମୁଣ୍ଡା ଖୁବ ଆନନ୍ଦ ପ୍ରକାଶ ପାଇଛି । ମୟୁରଭଞ୍ଜ ଜିଲ୍ଲା ର ଠାକୁରମୁଣ୍ଡା ବ୍ଲକ ର ପଡିଆବେଡା ଗ୍ରାମପଞ୍ଚାୟତ ନିଶାପୋଷି ଭଳି ପଛୁଆ ଅଂଚଳରୁ ଯାଇ ରାଷ୍ଟ୍ରୀୟ ସ୍ତରର ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଗ୍ରହଣ କରିବା ଅଞ୍ଚଳ ଓ ଜିଲ୍ଲା ତଥା ରାଜ୍ୟର ଗୌରବ କୁ ବୃଦ୍ଧି କରିଛି ।

ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ

Exit mobile version