Site icon UTKAL PRATIDIN

ଫିଟିଲା ବାଟ, ୧୯ ସୁଦ୍ଧା ମହାକାଶରୁ ଫେରିବେ ସୁନିତା

2_1741839566498

ନୂଆଦିଲ୍ଲୀ: ଚଳିତ ମାସ ୧୯ ସୁଦ୍ଧା ନାସାର ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଓ ବଚ୍‌ ୱିଲମୋର ପୃଥିବୀପୃଷ୍ଠକୁ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏହି ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ ବା କ୍ରୁ-୧୦ ମିଶନ କେନେଡି ସ୍ପେସ୍‌ ସେଣ୍ଟରରୁ ଉତ୍‌କ୍ଷେପଣ ହେବ ବୋଲି ସ୍ଥିର ହୋଇଛି। ଶୁକ୍ରବାର ସନ୍ଧ୍ୟା ୭:୦୩ (EDT) ରେ, ଅର୍ଥାତ୍ ଭାରତୀୟ ସମୟ ଶନିବାର ସକାଳ ୪:୩୦ ରେ ଉତକ୍ଷେପଣ କରାଯିବ। ଏହି ମିଶନର ଲକ୍ଷ୍ୟ ହେଉଛି ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କୁ ପୃଥିବୀକୁ ଫେରାଇ ଆଣିବା।

ସୂଚନାଯୋଗ୍ୟ ସୁନିତା ଓ ୱିଲମୋର ଗତବର୍ଷ ଜୁନ୍‌ରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିଥିଲେ। ଆଇଏସଏସରେ ସାତ ଦିନ ରହିବା ପରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ସ୍ଥିର ହୋଇଥିଲା। ତେବେ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ନାସା ବୈଜ୍ଞାନିକମାନେ ସୁନିତା ଓ ୱିଲମୋରଙ୍କ ଫେରନ୍ତା ଯାତ୍ରାକୁ ସ୍ଥଗିତ ରଖିଥିଲେ। ଫଳରେ କିଛି ଦିନ ବ୍ୟବଧାନରେ ଦୁଇ ମହାକାଶଚାରୀଙ୍କୁ ସାଙ୍ଗରେ ନଆଣି ଷ୍ଟାରଲାଇନର ପୃଥିବୀପୃଷ୍ଠକୁ ଫେରିଥିଲା।

Exit mobile version