ଆଜି ସେପ୍ଟେମ୍ବର ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଦିନିଆ ବୃନେଇ ଓ ସିଙ୍ଗାପୁର ଗ୍ରସ୍ତ କରୁଛନ୍ତି ।ବ୍ରୁନେଇକୁ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗ୍ରସ୍ତ ।ଦୁଇ ଦେଶ ମଧ୍ୟରେ 40 ବର୍ଷ ପୂରଣା ରାଜନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ଏହି ଗ୍ରସ୍ତ କରିଛନ୍ତି ବୋଲି ସୂଚନା ମିଳିଛି ।ବ୍ରୁନେଇର ସୁଲତାନ ହାଜି ହଂଶଲ ବୋଲକିୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଦେଶ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ।
ଏହି ଗ୍ରସ୍ତରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ ହେବ ।ବ୍ରୁନେଇ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଭାରତର ‘ଆକ୍ଟ ଇଷ୍ଟ’ ନୀତିରେ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଦୃଷ୍ଟିଭଙ୍ଗୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ବର୍ଣ୍ଣନା କରିବା ସହିତ ଏବଂ କହିଛନ୍ତି ଯେ ତାଙ୍କର ଏହି ଗସ୍ତ କେବଳ ଦୁଇ ଦେଶ ନୁହେଁ ସମଗ୍ର ଭାରତକୁ ଆହୁରି ଦୃଢ଼ କରିବ।