 
        ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।ମୋଦିଙ୍କୁ ଦେଖିବାକୁ ବିପୁଳ ଜନସମାଗମ ଦେଖା ଦେଇଛି ।ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଧାୟକ ଓ ମନ୍ତ୍ରୀ ମାନେ ସ୍ୱାଗତ କରିଛନ୍ତି। ଭୁବନେଶ୍ୱରରେ ୩ ଦିନ ଧରି ଡିଜିପି/ଆଇଜିପି ସମ୍ମିଳନୀ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ।
ବିମାନ ବନ୍ଦରରୁ ସୁରକ୍ଷା ବଳୟ ମଧ୍ୟରେ ଅପରାହ୍ନ ୫ଟା ୧୫ରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିବେ। ରାଜଭବନରେ ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ରହିବେ। ଏହାପରେ ୬ଟା ୨୦ରୁ ରାଜଭବନରୁ ବାହାରି ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଯିବେ। ସେଠାରେ ଦଳୀୟ ବିଧାୟକ, ମନ୍ତ୍ରୀ, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଏମ୍ପିମାନଙ୍କ ସହ ବୈଠକ କରିବେ।
ଏହାପରେ ନଭେମ୍ବର ୩୦ ତାରିଖ ପୂର୍ବାହ୍ନ ୮ଟା ୩୦ରେ ରାଜଭବନରୁ ବାହାରି ସିଧାସଳଖ ଲୋକସେବା ଭବନ କନ୍ଭେନସନ ସେଣ୍ଟରଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ ଯୋଗଦେବେ। ସେଠାରେ ସେ ରାତି ୮ଟା ପର୍ଯ୍ୟନ୍ତ ରହିବେ। ଏହାପରେ ସେ ରାତି ୮ଟାରେ ସିଧାସଳଖ ରାଜଭବନ ଯିବେ।
ସେହିପରି ଡିସେମ୍ବର ୧ ତାରିଖ ପୂର୍ବାହ୍ନ ୮ଟା ୨୫ରେ ରାଜଭବନରୁ ବାହାରି ୮ଟା ୩୦ରେ ଡିଜିପି ସମ୍ମିଳନୀରେ ଯୋଗଦେବେ। ଅପରାହ୍ନ ୪ଟା ୧୫ ପର୍ଯ୍ୟନ୍ତ କନ୍ଭେନସନ ସେଣ୍ଟରଠାରେ ରହିବେ। ଏହାପରେ ଅପରାହ୍ନ ୪ଟା ୩୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି।
 
         
         
         
         
         
        