 
        ହରିୟାଣା ବିଧାନସଭା ନିର୍ବାଚନ ପରେ ବିଜେପିର ବିଜୟ ପରେ କଂଗ୍ରେସ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି ନରେନ୍ଦ୍ର ମୋଦି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନିଂ ମାଧ୍ଯମରେ ମହାରାଷ୍ଟ୍ରରେ ୧୦ଟି ନୂଆ ସରକାରୀ ମେଡ଼ିକାଲ କଲେଜର ଶିଳାନ୍ୟାସ କରିଛନ୍ତି ।ଏହି ହସ୍ପିଟାଲଗୁଡ଼ିକ ମୁମ୍ବାଇ, ନାସିକ୍, ଜଲ୍ନା, ଅମରାବତୀ, ଗଡ଼ଚିରୋଲି, ବୁଲଧାନା, ୱାସିମ୍, ଭାନ୍ଦ୍ରା, ହିଙ୍ଗୋଲି ଏବଂ ଅମ୍ବରନାଥଠାରେ ଅବସ୍ଥିତ ।
ଏଥିସହିତ ପ୍ରଧାନମନ୍ତ୍ରୀ ୭ ହଜାର ୬୦୦ କୋଟିରୁ ଅଧିକ ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।ନାଗପୁର ସ୍ଥିତ ଡକ୍ଟର ବାବାସାହେବ ଆମ୍ବେଦକର ଆନ୍ତର୍ଜାତିକ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଶିରିଡ଼ି ବିମାନ ବନ୍ଦରର ନୂତନ ସମନ୍ବିତ ଟର୍ମିନାଲ୍ କୋଠାର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି ।
ମୁମ୍ବାଇ ସ୍ଥିତ ଭାରତୀୟ ଦକ୍ଷତା ପ୍ରତିଷ୍ଠାନକୁ ଉଦ୍ଘାଟନ କରିବା ସହ ସରକାରୀ ଓ ଘରୋଇ ସହଭାଗିତାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ କୃତ୍ରିମ ବୁଦ୍ଧିମତା, ଡାଟା ଆନାଲେଟିକ୍ସ, ରୋବୋଟିକ୍ସ ଭଳି କେତେକ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବ । ଶ୍ରୀ ମୋଦୀ ବିଦ୍ୟା ସମୀକ୍ଷା କେନ୍ଦ୍ରକୁ ଉଦଘାଟନ କରିଛନ୍ତି ।
 
         
         
         
         
        