Site icon UTKAL PRATIDIN

ଆଜିଠୁ ଖୋଲିବ ନନ୍ଦନକାନନ

379f1ff18fa44297bd201ce38cf1facce4e4fc6499bba1bbe27a86bcf3e32434

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାତ୍ୟା ଦାନା ପାଇଁ ନନ୍ଦନକାନନ ଏବଂ ବଟନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲିବ। ତେବେ ବାତ୍ୟା ସମୟରେ ପ୍ରାଣୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଖାଦ୍ୟ ପୂର୍ବରୁ ଗଚ୍ଛିତ ରଖାଯାଇଥିଲା।

ଏସିଏଫ୍‌ଙ୍କ ଦ୍ୱାରା ତଦାରଖ କରାଯାଉଥିବା ପ୍ରାଣୀ ଏବଂ ଏନ୍‌କ୍ଲୋଜରଗୁଡ଼ିକର ସୁରକ୍ଷା ପାଇଁ ସମୁଦାୟ ୨୫ଟି ଟିମ୍‌ ୧୦୦ କର୍ମଚାରୀଙ୍କ ସହାୟତାରେ ପାର୍କ ମଧ୍ୟରେ ୨୫ଟି ସ୍ଥାନରେ ନିୟୋଜିତ ଥିଲେ।ସମସ୍ତ ଟିମ୍‌କୁ ଅତ୍ୟାବଶ୍ୟକ ଉପକରଣ ଯୋଗାଇ ଦିଆଯାଇଥିଲା।

ସମସ୍ତ କାର୍ଯ୍ୟକଳାପକୁ ତଦାରଖ ପାଇଁ ୪ଟି କଣ୍ଟ୍ରୋଲ ରୁମ୍‌ ୨ ଦିନ ଧରି କାର୍ଯ୍ୟକ୍ଷମ ଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସନତ କୁମାର ନାରାୟଣ କହିଛନ୍ତି।

Exit mobile version