Site icon UTKAL PRATIDIN

ବାତ୍ୟା ଦାନା ପାଇଁ ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ

maxresdefault-750x430

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରଖାଯିବା ନେଇ ନିଷ୍ପତି ନିଆଯାଇଛି। ଆସନ୍ତାକାଲି ଓ ୨୫ ତାରିଖରେ ନନ୍ଦନକାନନ ବନ୍ଦ ରହିବ।ସେହିଭଳି ସିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟ ବନ୍ଦ ରହିବା ନେଇ ସୂଚନା ରହିଛି।

ଏହା ସହ କିଛି ଐତିହ୍ୟ ସ୍ତଳୀ ବନ୍ଦ କରାଯିବାକୁ ନିଷ୍ପତି ନିଆଯାଇଛି। ବାତ୍ୟା ପାଇଁ କୋଣାର୍କ ମଧ୍ୟ ବନ୍ଦ ରଖାଯିବାକୁ ନିଷ୍ପତି ନିଆଯାଇଛି। ବାତ୍ୟା ପାଇଁ ୪ ଜିଲ୍ଲାର ସଂଗ୍ରହାଳୟ ଓ ସ୍ମାରକୀ ବନ୍ଦ ପାଇଁ ଚିଠି ଲେଖାଯାଇଛି। ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ପୁରୀ, ଜଗତସିଂହପୁର, ଯାଜପୁର ଓ କଟକ ସଂଗ୍ରହାଳୟ ଓ ସ୍ମାରକୀ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି।କୋଣାର୍କରୁ ଜଳ ନିଷ୍କାସନ ପାଇଁ ପ୍ରସ୍ତୁତ ରହିବାକୁ ଏଏସଆଇ ନିର୍ଦ୍ଦେଶ ଦେଇଛନ୍ତି।

ଜଳ ନିଷ୍କାସନ ପାଇଁ ପମ୍ପସେଟ୍‌ର ବ୍ୟବସ୍ଥା ପାଇଁ ନିର୍ଦେଶ ଦିଆଯାଇଛି। ଐତିହ୍ୟ କୀର୍ତ୍ତିରାଜି ଓ ସ୍ମାରକୀ ସବୁର ସୁରକ୍ଷା ପାଇଁ ଏଏସଆଇ ଅଧୀନରେ ଥିବା ସମସ୍ତ ଅଧିକାରୀଙ୍କୁ ଦିଆଯାଇଛି। ବାତ୍ୟାରେ ଯେପରି ସଂଗ୍ରହାଳୟ ଓ ସ୍ମାରକୀ କ୍ଷତି ନହୁଏ ବ୍ୟବସ୍ଥା କରିବାକୁ ଚିଠି ଦିଆଯାଇଛି।

Exit mobile version