Site icon UTKAL PRATIDIN

ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ

nadankanan-express-750x430

ଭଦ୍ରକ ଓ ବାଉଦପୁର ସେକ୍ସନ ମଝିରେ ନନ୍ଦନ କାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି ।ତେବେ ଟ୍ରେନ୍‌ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ରେ ଗାର୍ଡ ବଗିର ୱିଣ୍ଡୋ କାଚ ଭାଙ୍ଗିଥିବା ବେଳେ ଏଥିରେ କାହାର କ୍ଷତି ହୋଇନଥିବା ପ୍ରାଥମିକ ସୂଚନା ମିଳିଛି।ତେବେ ପୁରୀ ଅଭିମୁଖେ ଯାଉଥିବା ନନ୍ଦନକାନନ ଏକ୍ସପ୍ରେସ ଭଦ୍ରକ ଷ୍ଟେସନରୁ ବାହାରିବାର କିଛି ସମୟପରେ ହଠାତ୍ ଟ୍ରେନର ଗାର୍ଡ ବଗି ଉପରକୁ କିଛି ଢେଲା ମାଡ ହେବାର ଶବ୍ଦ ଶୁଭିଥିଲା । ଏହାପରେ ଗାର୍ଡ ଜଣଙ୍କ କ’ଣ ଘଟିଲା ବୋଲି ଦେଖିବାକୁ ଯିବା ମାତ୍ରା ପୁଣି ଆଉ ଥରେ ସମାନ ଶବ୍ଦ ସୃଷ୍ଟି ହୋଇଥିଲା ।ହେଲେ ବାସ୍ତବରେ ସେ ବ୍ୟକ୍ତି ଜଣଙ୍କ କିଏ ଏବଂ କାହିଁକି ଟ୍ରେନ୍ ଉପରକୁ ଗୁଳିମାଡ କରିଛନ୍ତି, ସେନେଇ କିଛି ସ୍ପଷ୍ଟିକରଣ ମିଳିନଥିବା ବେଳେ ଏନେଇ ପୋଲିସ୍ ଏବଂ ଜିଆରପି, ଆରପିଏଫ ଏବଂ ଫରେନସିକ୍ ଟିମ ଘଟଣାସ୍ଥଳରେ ଅଧିକ ତଦନ୍ତ କରୁଛନ୍ତି ।

Exit mobile version