
୧୩ କାଉନସିଲର୍ଙ୍କ ଭିତରୁ ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ୍ ଦେଇ ନୀଳଗିରି NAC ଅଧ୍ୟକ୍ଷା ଅମ୍ବିକା ଦାଶଙ୍କୁ ହରାଇଛନ୍ତି ।ଜଣେ ଅନାସ୍ଥା ବିପକ୍ଷରେ ଭୋଟ୍ ଦେଇଥିବା ବେଳେ ଦୁଇ ଜଣ ଅନୁପସ୍ଥିତ ରହିଥିଲେ।ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସିରେ ୧୩ ଟି ୱାର୍ଡ ରହିଛି ।୧୩ ୱାର୍ଡରୁ ୯ଟି ବିଜେଡି ହାତରେ ଥିବା ବେଳେ ୩ଟି ବିଜେପି ଓ ଗୋଟିଏ ୱାର୍ଡରେ କଂଗ୍ରେସ ଜିତିଥିଲା ।ଏନ୍ଏସିରେ କୌଣସି ଉନ୍ନୟତ କାମ ହେଉନଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ କାଉନ୍ସିଲରମାନେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ।
ଆଜି ନୀଳଗିରି ଏନ୍ଏସି କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ତତ୍ତ୍ୱବଧାନରେ ଭୋଟିଂ ହୋଇଥିଲା। ଏଥିରେ ୧୩ରୁ ୧୧ ଜଣ କାଉନ୍ସିଲର ଭାଗ ନେଇଥିଲେ। ସେଥିରୁ ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ୍ ଦେଇଥିଲେ। ଜଣେ ଅନାସ୍ଥା ବିପକ୍ଷରେ ଅର୍ଥାତ ଅଧ୍ୟକ୍ଷାଙ୍କ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ୨ ଜଣ କାଉନ୍ସିଲର ଅନୁପସ୍ଥିତ ରହିଥିଲେ।