Site icon UTKAL PRATIDIN

ନବ ଦାସ ହତ୍ୟା ମାମଲା: ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଦାସ

Dipali Das

ଭୁବନେଶ୍ଵର: ନବ ଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଦାସ । ଆଜି ହାଜର ନହେବାକୁ ଫୋନରେ ଜଣାଇବା ସହ ସମୟ ମାଗିଲେ । ତଦନ୍ତକାରୀ  ଅଧିକାରୀଙ୍କୁ ଫୋନ କରି  ସମୟ ମାଗିଥିବା ସୂଚନା ଦେଇଛନ୍ତି । ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ  ସମୟ ଲାଗିଲେ । କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡାରେ ବୟାନ ଦେବାକୁ ଜଣାଇଲେ । ତେବେ ବିଶାଳ ହାଜର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ କରିଥିଲା ।

ସୂଚନା ଅନୁସାରେ, ନବ ଦାସ ହତ୍ୟା ମାମଲାରେ ପୁଣି ତନାଘନା ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ। ଆଜି କ୍ରାଇମ୍‌ବ୍ରାଞ୍ଚରେ ହାଜର ହେବାପାଇଁ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ ନୋଟିସ୍ ଦେଇଥିଲା କ୍ରାଇମବ୍ରାଞ୍ଚ । ତେବେ ଦୁଇ ଜଣଙ୍କୁ ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ହାଜର ହେବା ପାଇଁ ନୋଟସ୍‌ କରାଯାଇଥିବା ବେଳେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ମନା କରିବା ସହ କିଛି ଦିନ ସମୟ ମାଗିଛନ୍ତି ଦୀପାଳି ଦାସ୍ । ଅନ୍ୟପଟେ ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ଦାବି କରାଯାଇଛି ।

Exit mobile version