ଝାରସୁଗୁଡା: ଖୋଲିବ ନବ ଦାସ ହତ୍ୟାର ଗୁମର । କ୍ରାଇମ୍ବ୍ରାଞ୍ଚର ସାନି ତଦନ୍ତ ଆରମ୍ଭ । ନବଙ୍କ ପରିବାରକୁ କ୍ରାଇମବ୍ରାଞ୍ଚର ପଚରାଉଚୁରା । ସେପଟେ ସାନି ତଦନ୍ତ ବେଳେ ଝାରସୁଗୁଡା ବିମାନ ବନ୍ଦରରେ କ୍ରାଇମବ୍ରାଞ୍ଚର ଖୋଳତାଡ । ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ କଲା କ୍ରାଇମବ୍ରାଞ୍ଚ ଟିମ୍ । ଗତକାଲି ପରିବାର ଲୋକଙ୍କ ବୟାନ ରେକର୍ଡ ପରେ ଖୋଳତାଡ କରିଥିଲା କ୍ରାଇମବ୍ରାଞ୍ଚ । ଗୁଳିକାଣ୍ଡ ପରେ ଭୁବନେଶ୍ବରକୁ ଏୟାରଲିଫ୍ଟ ହୋଇଥିଲେ ନବ ଦାସ । କେତେବେଳେ, କିପରି ହୋଇଥିଲା ଏୟାରଲିଫ୍ଟ ସେନେଇ ଆରମ୍ଭ ହୋଇଛି ତଦନ୍ତ । ଏୟାରଲିଫ୍ଟ ବେଳେ କିଏ ରହିଥିଲେ ସବୁକିଛିର ଖୋଳତାଡ ହୋଇଥିବା ନେଇ ସୂଚନା ମିଳିଛି । ପରିବାର ଲୋକଙ୍କ ବୟାନ ପରେ ବିମାନ ବନ୍ଦରରେ ଚାଲିଛି ଖୋଳତାଡ । ଅନ୍ୟପଟେ ନବଙ୍କ ବାସଭବନରେ ଚାଲିଛି କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ୍ ।
ଅନ୍ୟପଟେ ଆଜି ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପରିବାର। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ନବଙ୍କ ପରିବାର ଲୋକଙ୍କୁ ସମୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଥିଲେ ନବଙ୍କ ପରିବାର ଲୋକେ। ଇ-ମେଲ୍ରେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ ନବ ଦାସଙ୍କ ପତ୍ନୀ। ମାର୍ଚ୍ଚ ୧୧ ତାରିଖରେ ସ୍ବର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ। ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିବାରୁ ମୀନତି ଦାସ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ପାଇଁ ସମୟ ମାଗିଥିଲେ। ଉଭୟ ଇ-ମେଲ୍ ଓ ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇ ସାକ୍ଷାତକାର ପାଇଁ ସମୟ ମାଗିଥିଲେ ମିନତୀ।
ଆଜି ନବ ଦାସଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୭ ଘଣ୍ଟା ଧରି ବୟାନ ରେକର୍ଡ କରିଥିଲା । ଏହାପରେ ନବଙ୍କ ପୁଅ ବିଶାଲ ଦାସ କହିଥିଲେ,ସିବିଆଇ ତଦନ୍ତ ପାଇଁ ଚିଠି ପ୍ରସ୍ତୁତ ହୋଇ ରହିଛି । ଦୀର୍ଘ ଦୁଇବର୍ଷ ପରେ ବି ନବଦାସଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ । ନବଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ପରିବାର ଲୋକ ଦାବି କରିଥିଲେ ବି ଲିଖିତ ଆକାରରେ ଜଣାଇବାକୁ ସରକାର କହିଥିଲେ । ଏହା ପରେ ମିନତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଥିବାରୁ ଉଭୟଙ୍କ ଆଲୋଚନା ଉପରେ ସମସ୍ତଙ୍କ ନଜର ।

